ଭୁବନେଶ୍ବର: କୋଟିପତି ଦିଦିଙ୍କ ହାତରେ ହାତକଡ଼ି, ପିସି ଆକ୍ଟରେ ଗିରଫ ହେଲେ ଅଙ୍ଗନବାଡ଼ି କର୍ମୀ କବିତା ମଥାନ୍‌

କେନ୍ୟୁଜ୍(ବ୍ୟୁରୋ):କୋଟିପତି ଅଙ୍ଗନବାଡ଼ି କର୍ମୀ ଗିରଫ। ପିସି ଆକ୍ଟରେ ଭୁବନେଶ୍ୱର କୋରଡ଼ାକଣ୍ଟାର ଅଙ୍ଗନବାଡ଼ି କର୍ମୀ କବିତା ମଥାନ୍‌ଙ୍କୁ ଗିରଫ କରିଛି ଭିଜିଲାନ୍‌ସ । ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗତକାଲି ତାଙ୍କ ଘରେ ରେଡ୍‌ କରିଥିଲା ଭିଜିଲାନ୍ସ ଟିମ । ତାଙ୍କର ସ୍ଥାବର ଓ ଅସ୍ଥାବର ସଂପତ୍ତିର ମୂଲ୍ୟ ୪ କୋଟି ଟଙ୍କା। ଅଙ୍ଗନବାଡ଼ି କର୍ମୀ କବିତା ମଥାନଙ୍କ ମାସିକ ଦରମା ୭ହଜାର ୫ଶହ ଟଙ୍କା । ଖୋର୍ଦ୍ଧା, କେନ୍ଦ୍ରାପଡା ଓ ଜଗତସିଂହପୁରରେ ଏକକାଳୀନ ୬ଟି ସ୍ଥାନରେ ହୋଇଥିଲା ଚଢାଉ।

କେସୁରାସ୍ଥିତ ଦୁଇ ମହଲା ଘର, ଝାରପଡ଼ା ସ୍ଥିତ ୨ଟି ୩ ମହଲା କୋଠା, କେନ୍ଦ୍ରାପଡ଼ା ପଟ୍ଟମୁଣ୍ଡାଇ ସ୍ଥିତ ପୈତୃକ ଘର ଓ ଜଗତସିଂହପୁର ଜିଲ୍ଲା ବାଲିକୁଦା ଘରେ ଚଢାଉ କରିଥିଲା ଭିଜିଲାନ୍‌ସ ଟିମ୍‌। ଭୁବନେଶ୍ୱରରେ ତାଙ୍କର ୪ଟି କୋଠା ରହିଛି । ସେଥିରୁ ଗୋଟିଏ ଚାରି ମହଲା କୋଠା, ଗୋଟିଏ ତିନମହଲା ଓ ୨ଟି ୨ ମହଲା କୋଠା । ଅଙ୍ଗନବାଡ଼ି କର୍ମୀ କବିତା ମଥାନଙ୍କର ଭୁବନେଶ୍ୱରରେ ୧୦ଟି ପ୍ଲଟ ସମେତ ମୋଟ ୧୪ଟି ପ୍ଲଟ ରହିଛି । ଏହାସହ ଗୋଟିଏ ୪ ଟକିଆ ଗାଡ଼ି, ୩ଟି ବାଇକ ଥିବା ଜଣାଯାଇଛି । ଚଢାଉ ବେଳେ ତାଙ୍କ ନାଁରେ ୨ ଲକ୍ଷ ୨୦ ହଜାର ଟଙ୍କାର ବୀମା ବଣ୍ଡ୍‌ ଥିବା ଜଣାପଡ଼ିଛି । ୨୧୨ ଗ୍ରାମର ସୁନା ଜବତ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.