ଖୁସି ଖବର, ପେଟ୍ରୋଲ ଲିଟର ୭୫ ଓ ଡିଜେଲ ଲିଟର ୬୮କୁ ଖସିପାରେ

କେନ୍ୟୁଜ୍(ବ୍ୟୁରୋ):  କମିପାରେ ତୈଳ ଦର । ଜିଏସଟି ଅଧିନକୁ ଆସିପାରେ ପେଟ୍ରୋଲ, ଡିଜେଲ ଓ ଅନ୍ୟାନ୍ୟ ପେଟ୍ରୋଲିୟମ ପଦାର୍ଥ । ଆସନ୍ତା ଶୁକ୍ରବାର ଲକ୍ଷ୍ନୌରେ ବସିବାକୁ ଥିବା ଜିଏସଟି କାଉନସିଲ ବୈଠକରେ ଏହି ପ୍ରସ୍ତାବ ଆସିବ । ପ୍ରସ୍ତାବ ଗୃହୀତ ହେଲେ ତୈଳ ଦର ହ୍ରାସ ପାଇବ । ତୈଳ ଦର ଜିଏସଟି ଅଧିନକୁ ଆସିଲେ ପେଟ୍ରୋଲ ଦର ଲିଟର ପ୍ରତି ୭୫ ଟଙ୍କାକୁ ଖସି ଆସିବ ।

ସେହିପରି ଡିଜେଲ ଦର ଲିଟର ପ୍ରତି ୬୮ ଟଙ୍କାକୁ ଖସିବ । ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବାକୁ ନିଷ୍ପତ୍ତି ନେବା ପାଇଁ ଗତ ଜୁନ ମାସରେ ନିର୍ଦ୍ଦେଶ ଦେଇଥିଲେ କେରଳ ହାଇକୋର୍ଟ । ଏବେ ପେଟ୍ରୋଲ ଦର ଲିଟର ପିଛା ଶହେ ଟଙ୍କା ଉପରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.