ଅନୁଗୁଳ ଇଣ୍ଡିଆନ ବ୍ୟାଙ୍କରୁ ଡକାୟତି ଘଟଣା : ବିହାରରୁ ଧରାପଡ଼ିଲେ ୨ ଡକାୟତ

atmଅନୁଗୁଳ : ଅନୁଗୁଳ ଥାନା ହରିମଉରୀ ଛକ ନିକଟ ଇଣ୍ଡିଆନ ବ୍ୟାଙ୍କରୁ ଡକାୟତି ଘଟଣାରେ ବିହାର ଗୟାରୁ ଗିରଫ ୨ ଡକାୟତଙ୍କୁ ଆଜି ଓଡ଼ିଶା ଅଣାଯିବ। ସେମାନଙ୍କୁ ରିମାଣ୍ଡରେ ଓଡ଼ିଶା ଆଣିବା ପାଇଁ ଅନୁଗୁଳ ପୋଲିସର ଏକ ଟିମ ଗୟା ଯାଇଛି। ଅଭିଯୁକ୍ତମାନେ ହେଲେ ଓମ୍ ପ୍ରକାଶ ବାରା ଓ ରାଜେଶ ଦାଶ। ଅଭିଯୁକ୍ତଙ୍କ ନିକଟରୁ ୩୫୦ ଗ୍ରାମ ସୁନା ଅଳଙ୍କାର ଜବତ କରିଛି ପୋଲିସ। ଦୁଇ ଡକାୟତ ଅନୁଗୁଳରେ ଦୁଇଟି ବ୍ୟାଙ୍କ ସହ ରାଉରକେଲାରେ ଏକ ବ୍ୟାଙ୍କ ଡକାୟତିରେ ସଂପୃକ୍ତ ବୋଲି ଜଣାପଡ଼ିଛି।

ସେହିପରି ରାଜେଶ ନାଁରେ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଏବଂ ଓଡ଼ିଶାରେ ଡକାୟତି ମାମଲା ରହିଛି। ସେମାନେ ୧୦ ବର୍ଷ ଭିତରେ ୧୩ଟି ବ୍ୟାଙ୍କ ଲୁଟ୍ କରିଥିବା ପୋଲିସ ଜାଣିବାକୁ ପାଇଛି। ଉତ୍ତରାଞ୍ଚଳ ଡିଆଇଜି ନରସିଂହ ଭୋଳ ଏହି ସୂଚନା ଦେଇଛନ୍ତି। ଗତ ୮ ତାରିଖ ଦିନ ଇଣ୍ଡିଆନ୍ ବ୍ୟାଙ୍କରୁ ଦୁର୍ବୃତ୍ତମାନେ ନଗଦ ୮ ଲକ୍ଷ ଟଙ୍କା ଓ ସୁନାଗହଣା ଧରି ଛୁ ମାରିଥିଲେ।

Leave A Reply

Your email address will not be published.