ଅନୁଗୁଳ : ମାତ୍ର ୯୭ ଖଣ୍ଡ ଭୋଟ୍‌ରେ ଜିତିଲେ ବିଜେଡିର ନଗରପାଳ ପ୍ରାର୍ଥୀ

ଅନୁଗୁଳ (କେନ୍ୟୁଜ୍‌) : ଅନୁଗୋଳ ପୌରପାଳିକାର ନିର୍ବାଚନ ଫଳାଫଳ ପ୍ରକାଶ ପାଇସାରିଛି।୨୩ଟି ୱାର୍ଡରେ ବିଜେପି ୧୩ ଟିରେ ବାଜିମାତ କରିଥିବା ବେଳେ ୧୦ଟିରେ ବିଜେଡି ବାଜିମାତ କରିଛି। ଅନୁଗୋଳ ପୌରପାଳିକାରେ ବିଜେଡି ନଗରପାଳ ପ୍ରାର୍ଥୀ ଅକ୍ଷୟ ସାମନ୍ତ ୯୭ ଖଣ୍ଡ ଭୋଟ ବ୍ୟବଧାନରେ ନିକଟତମ ପ୍ରତିଦ୍ବନ୍ଦ୍ୱୀ ବିଜେପିର ଦିଲ୍ଲୀପ ପ୍ରଧାନଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି।

ଅନୁଗୁଳ ପୌରପାଳିକାର ବିଜୟୀ କାଉନସିଲର

ୱାର୍ଡ ନମ୍ବର ୧ – ବିଜେଡିର ସୁକାନ୍ତି ଦାସ ବିଜେପିର ଦିବ୍ୟାନ୍ସି ସ୍ବାଇଁଙ୍କ ଠାରୁ ୮ ଖଣ୍ଡ ଭୋଟରେ ବିଜୟୀ ।
ୱାର୍ଡ ନମ୍ବର ୨ – ବିଜେଡିର ଉଷା ସାମଲ ସ୍ୱାଧୀନ ପ୍ରାର୍ଥୀ ଉଲାସ ସାହୁଙ୍କ ଠାରୁ ୫୮୦ ଖଣ୍ଡ ଭୋଟରେ ବିଜୟୀ ।
ୱାର୍ଡ ନମ୍ବର ୩ – ବିଜେଡିର ମଞ୍ଜୁଲତା ଦେହୁରୀ ବିଜେପିର ସୁହାନା ବେଗମଙ୍କ ଠାରୁ ୨୩୨ ଖଣ୍ଡ ଭୋଟରେ ବିଜୟୀ ।
ୱାର୍ଡ ନମ୍ବର ୪ – ବିଜେପି ପ୍ରାର୍ଥିନୀ ଅନୁପମା ସାହୁ ବିଜେଡିଙ୍କ ଠାରୁ ୧୮୬ ଖଣ୍ଡ ଭୋଟରେ ବିଜୟୀ ।
ୱାର୍ଡ ନମ୍ବର ୫ – ବିଜେଡି ପ୍ରାର୍ଥୀ ରଞ୍ଜିତ ମାଣ୍ଡୋଠିଆ କଂଗ୍ରେସ ପ୍ରାର୍ଥୀ ଜଳନ୍ଧର ଗଡନାୟକଙ୍କ ଠାରୁ ୪୮୯ ଖଣ୍ଡ ଭୋଟରେ ବିଜୟୀ ।
ୱାର୍ଡ ନମ୍ବର ୬ – ବିଜେଡି ପ୍ରାର୍ଥୀ ସୁଶୀଲ ମୁଖୀ ସ୍ୱାଧୀନ ପ୍ରାର୍ଥୀ ରଘୁବିର ସିଂହଙ୍କ ଠାରୁ ୧୬୭ ଖଣ୍ଡ ଭୋଟରେ ବିଜୟୀ ।
ୱାର୍ଡ ନମ୍ବର ୭ – ବିଜେପି ପ୍ରାର୍ଥୀ ନିରଞ୍ଜନ କର ବିଜେଡିର ସଂଜୀବ ସାହୁଙ୍କ ଠାରୁ ୧୨୯ ଖଣ୍ଡ ଭୋଟରେ ବିଜୟୀ ।
ୱାର୍ଡ ନମ୍ବର ୮ – ବିଜେପି ପ୍ରାର୍ଥୀ କୈଳାସ ପ୍ରଧାନ ବିଜେଡିର ବିଚିତ୍ର ନାୟକଙ୍କ ଠାରୁ ୩୩୮ ଖଣ୍ଡ ଭୋଟରେ ବିଜୟୀ ।
ୱାର୍ଡ ନମ୍ବର ୯ – ବିଜେପି ପ୍ରାର୍ଥୀ ସରିତା ମିଶ୍ର ବିଜେଡିର ପୂର୍ଣ୍ଣଚନ୍ଦ୍ର ରାଉତଙ୍କ ଠାରୁ ୮୩ ଖଣ୍ଡ ଭୋଟରେ ବିଜୟୀ ।
ୱାର୍ଡ ନମ୍ବର – ୧୦ – ବିଜେଡି ପ୍ରାର୍ଥୀ ଟୁନି ପ୍ରଧାନ ବିଜେପିର ସୁପ୍ରଭା କରଙ୍କ ଠାରୁ ୩୦୩ ଖଣ୍ଡ ଭୋଟରେ ବିଜୟୀ ।
ୱାର୍ଡ ନମ୍ବର ୧୧ – ବିଜେପି ପ୍ରାର୍ଥୀ ମନୋଜ ନାଏକ ବିଜେଡିର କାର୍ତିକ ପରିଡାଙ୍କ ଠାରୁ ୧୩୩ ଖଣ୍ଡ ଭୋଟରେ ବିଜୟୀ ।
ୱାର୍ଡ ନମ୍ବର ୧୨ – ବିଜେପି ପ୍ରାର୍ଥୀ ସ୍ନେହଲତା ମହାରଣା ବିଜେଡିର ଜୋତ୍ସାରାଣୀ ମଣ୍ଡଲଙ୍କ ଠାରୁ ୩୧୫ ଖଣ୍ଡ ଭୋଟରେ ବିଜୟୀ ।
ୱାର୍ଡ ନମ୍ବର ୧୩ – ବିଜେପି ପ୍ରାର୍ଥୀ ସୁଜାତା ପୋଲାର ବିଜେଡିର ଜଗଦୀଶ ନାୟକଙ୍କ ଠାରୁ ୩୯ ଖଣ୍ଡ ଭୋଟରେ ବିଜୟୀ ।
ୱାର୍ଡ ନମ୍ବର ୧୪ – ବିଜେପି ପ୍ରାର୍ଥୀ ସୁଲୋଚନା ଦ୍ବିବେଦୀ ବିଜେଡିର ନିରୂପମା ନାଥଙ୍କ ଠାରୁ ୪୯ ଖଣ୍ଡ ଭୋଟରେ ବିଜୟୀ ।
ୱାର୍ଡ ନମ୍ବର ୧୫- ବିଜେପି ପ୍ରାର୍ଥୀ ବିନତି ନାଏକ ବିଜେଡିର ସନ୍ତୋସିନୀ ନାଏକଙ୍କ ଠାରୁ ୫୧୦ ଖଣ୍ଡ ଭୋଟରେ ବିଜୟୀ ।
ୱାର୍ଡ ନମ୍ବର ୧୬ – ବିଜେଡି ପ୍ରାର୍ଥୀ ସଦାନନ୍ଦ ପଣ୍ଡା କଂଗ୍ରେସର ବିଶ୍ୱ ରଞ୍ଜନ ପାଣିଗ୍ରାହୀଙ୍କ ଠାରୁ ୧୧୪ ଖଣ୍ଡ ଭୋଟରେ ବିଜୟୀ ।
ୱାର୍ଡ ନମ୍ବର ୧୭ – ବିଜେପି ପ୍ରାର୍ଥୀ ସଂଯୁକ୍ତା ନନ୍ଦ ବିଜେଡିର ସୀତା ସୋରେନଙ୍କ ଠାରୁ ୧୦୦ ଖଣ୍ଡ ଭୋଟରେ ବିଜୟୀ ।
ୱାର୍ଡ ନମ୍ବର ୧୮ – ବିଜେଡିର ଶଙ୍କର ସେଠୀ ବିଜେପିର ତୁଷାର ସେଠିଙ୍କ ଠାରୁ ୧୦୨ ଖଣ୍ଡ ଭୋଟରେ ବିଜେଡି ବିଜୟୀ ।
ୱାର୍ଡ ନମ୍ବର ୧୯ – ବିଜେଡିର ବଳରାମ ଜେନା ବିଜେପିର କଲ୍ଲୋଳକାନ୍ତ ସାହୁଙ୍କ ଠାରୁ ୫୨ ଖଣ୍ଡ ଭୋଟରେ ବିଜୟୀ ।
ୱାର୍ଡ ନମ୍ବର ୨୦ – ବିଜେପିର ରେଣୁକା ଦେଇ ବିଜେଡିର ରାକ୍ଷୀ ସେଠୀଙ୍କ ଠାରୁ ୮୧ ଖଣ୍ଡ ଭୋଟରେ ବିଜୟୀ ।
ୱାର୍ଡନମ୍ବର* ୨୧- ବିଜେପି ପ୍ରାର୍ଥୀନୀ ଶକୁନ୍ତଳା ଦାସ ବିଜେଡିର ପଦ୍ମାଳୟା ନନ୍ଦଙ୍କ ଠାରୁ ୩୫ ଖଣ୍ଡ ଭୋଟରେ ବିଜୟୀ ।
ୱାର୍ଡନମ୍ବର ୨୨ – ବିଜେପିର ପ୍ରଜ୍ଞା ଦାସ ବିଜେଡିର ଖୁସବୁ ଅଗ୍ରୱାଲାଙ୍କ ଠାରୁ ୫୭ ଖଣ୍ଡ ଭୋଟରେ ବିଜୟୀ ।
ୱାର୍ଡନମ୍ବର ୨୩ – ବିଜେଡ଼ି କାଉନସିଲର ପ୍ରାର୍ଥୀ ସୂର୍ଯ୍ୟସ୍ମିତା ସାହୁ କଂଗ୍ରେସର ବିମଳା ଦେବୀଙ୍କ ଠାରୁ ୧୫୧ ଖଣ୍ଡ ଭୋଟରେ ବିଜୟୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.