ଅନୁଷ୍ଠିତ ହେଲା ପଦ୍ମିନୀ କିଡସ୍‌ କେୟାର ର ବାର୍ଷିକ ଉତ୍ସବ, କୁନି ପିଲାଙ୍କ ନାଚରେ ଦୁଲୁକିଲା ମଞ୍ଚ

ଭୁବନେଶ୍ୱର(କେନ୍ୟୁଜ) : ଭୁବନେଶ୍ୱର ଜୟଦେବ ଭବନରେ ପଦ୍ମିନୀ କିଡସ୍‌ କେୟାରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ସମ୍ମାନୀତ ଅତିଥି କର୍ପୋରେଟର ମଂଜୁଲତା ରାୟ, ଅନ୍ୟତମ ସମ୍ମାନୀତ ଅତିଥି ଭାବେ ସମାଜସେବୀ ଦୟାନିଧି ସାହୁ ଯୋଗ ଦେଇଥିଲେ ।

ସଭାରେ ବିଧାୟକ ଓ ଅତିଥିମାନେ କୁନି କୁନି ପିଲାଙ୍କୁ ଆଶିର୍ବାଦ ଦେବା ସହ ପିଲାଙ୍କୁ ଭଗବାନଙ୍କ ରୁପ ବୋଲି ଅଭିହିତ କରିଥିଲେ । ଉତ୍ସବରେ ସମାଜସେବୀ ଦୟାନିଧି ସାହୁଙ୍କୁ ଉତ୍ତରୀୟ ଦେଇ ବିଧାୟକ ସମ୍ବଦ୍ଧିତ କରିବା ସହ ବିଦ୍ୟାଳୟର ଏପରି ଉଦ୍ୟମକୁ ପ୍ରଶଂସା କରିଥିଲେ ।

କର୍ପୋରେଟର ଶ୍ରୀମତି ରାୟ ପିଲାଙ୍କୁ ଆଶିର୍ବାଦ ଦେବା ସହ ଶିକ୍ଷାର ବିକାଶ ନେଇ ଆଲୋକପାତ କରିଥିଲେ । ଉତ୍ସବରେ କୁନି କୁନି ପିଲାଙ୍କ ନୃତ୍ୟ ଓ ନାଟକ ପରିବେଷଣକୁ ଦର୍ଶକ ଓ ଅଭିଭାବକମାନେ ମନଭରି ଉପଭୋଗ କରିଥିଲେ । ଶେଷରେ ଅରୁଣ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.