ଦିନକ ପରେ ବାରବାଟୀ ଷ୍ଟାଡିୟମରେ ପୁରୁଷ ହକି ବିଶ୍ଵକପର ଉଦଘାଟନୀ ଉତ୍ସବ, ସ୍ଥିତି ପରଖିଲେ ୫ଟି ସଚିବ ଭି କେ ପାଣ୍ଡିଆନ

କଟକ(କେନ୍ୟୁଜ) : ଦିନକ ପରେ ବାରବାଟୀ ଷ୍ଟାଡିୟମରେ ପୁରୁଷ ହକି ବିଶ୍ଵକପର ଉଦଘାଟନୀ ଉତ୍ସବ। ଏହା ପୂର୍ବରୁ ବାରବାଟୀ ଷ୍ଟାଡିୟମରେ ପହଞ୍ଚି ସ୍ଥିତି ପରଖିଛନ୍ତି ୫ଟି ସଚିବ ଭି କେ ପାଣ୍ଡିଆନ । ତାଙ୍କ ସହ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ, କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ପିନାକ ମିଶ୍ରଙ୍କ ସହ ବାଙ୍କୀ ଓ ଚୌଦ୍ୱାରର ବିଧାୟକ ଏବଂ ଓସିଏର କର୍ମକର୍ତ୍ତା ଉପସ୍ଥିତ ଥିଲେ।

ହକି ବିଶ୍ଵକପ ଉଦଘାଟନୀ ପୂର୍ବରୁ ନବବଧୂରେ ସଜେଇ କଟକ ସହର ଏବେ ଅତି ସୁନ୍ଦର ଭାବରେ ସଜେଇ ହେଲାଣି। ପ୍ରସ୍ତୁତି ମଧ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଉଦ୍‌ଘାଟନୀ ସମାରୋହ ପାଇଁ କମିଶନରେଟ ପୋଲିସ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି। ଏଥିରେ ବହୁ ବିଶିଷ୍ଟ ଅତିଥି ଓ ସେଲିବ୍ରିଟି ଯୋଗ ଦେବାର କାର୍ଯ୍ୟକ୍ରମ ଥିବାରୁ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା ଉପରେ କଡ଼ା ନଜର ଦିଆଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.