Below header

ରାଜ୍ୟର ଆଉ ୧୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ,ମୃତ୍ୟୁସଂଖ୍ୟା ପହଞ୍ଚିଲା ୭୦୧ରେ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟର ଆଉ ୧୦ କରୋନା ଆକ୍ରାନ୍ତଙ୍କ ମୁଣ୍ଡ  ନେଲା କରୋନା।  ମୃତକଙ୍କ ମଧ୍ୟରେ ଅଛନ୍ତି ୨ ଜଣ ମହିଳା ଓ ୮ ଜଣ  ପୁରୁଷ।  ଏହା ସହିତ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୭୦୧ରେ ପହଞ୍ଚିଛି ।ମୃତକଙ୍କ ମଧ୍ୟରେ  ପୁରୀ ଜିଲ୍ଲାରୁ ୨ ଜଣ,କଟକ ଜିଲ୍ଲାର ୨ ଜଣ,ଗଞ୍ଜାମ, ଖୋର୍ଦ୍ଧା, ମୟୁରଭଞ୍ଜ, କଳାହାଣ୍ଡି, ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାର ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି ।

କଟକ ଜିଲ୍ଲାର ଜଣେ ୬୯ ବର୍ଷୀୟ ବୃଦ୍ଧ ଯିଏକି ମଧୁମେହ, ଉଚ୍ଚରକ୍ତଚାପ ରୋଗରେ ପୀଡ଼ିତ ଥିଲେ ତାଙ୍କର ମୃତ୍ୟୁହୋଇଛି । ପୂର୍ବରୁ ତାଙ୍କର କିଡନୀ ପ୍ରତ୍ୟାରୋପଣ ମଧ୍ୟ ହୋଇଥିଲା । କଟକର ଆଉ ଜଣେ ୮୪ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁହୋଇଛି । ସେ ମଧୁମେହ ରୋଗରେ ପୀଡ଼ିତ ଥିଲେ ।

ସେହିଭଳି  ପୁରୀର ଜଣେ ୬୦ ବର୍ଷୀୟ ମହିଳା ଓ ୫୪ ବର୍ଷୀୟ ପୁରୁଷ ପ୍ରାଣ ହରାଇଛନ୍ତି । ସେହିପରି କଳାହାଣ୍ଡିର ଜଣେ ୬୫ ବର୍ଷୀୟ ପୁରୁଷ, ଗଞ୍ଜାମର ୬୮ ବର୍ଷୀୟ ପୁରୁଷ, ଖୋର୍ଦ୍ଧାର ୯୨ ବର୍ଷୀୟ ପୁରୁଷ ଓ ମୟୁରଭଞ୍ଜର ୮୦ ବର୍ଷୀୟା ମହିଳାଙ୍କ ପରଲୋକ ହୋଇଛି । ସେହିଭଳି  ବଲାଙ୍ଗୀରର ୪୦ ବର୍ଷୀୟ ଓ ସମ୍ବଲପୁରର ୫୩ ବର୍ଷୀୟ ପୁରୁଷଙ୍କ ପରଲୋକ ହୋଇଛି ସେ ମଧୁମେହ ରୋଗରେ ପୀଡ଼ିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.