ଏସିଆ ରଗବି ଅନଷ୍ଟପେବଲ ଅଭିଯାନରେ ଓଡ଼ିଆ ଝିଅ ସୁମିତ୍ରା,ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ଏସିଆ ରଗବି ଅନଷ୍ଟପେବଲ ଅଭିଯାନରେ ଓଡ଼ିଆ ଝିଅ ସୁମିତ୍ରା । ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ଏସିଆ ରଗବି ଅନଷ୍ଟପବେଲ ଅଭିଯାନରେ ସାରା ଦେଶର ତିନି ଜଣ ମହିଳା ରଗବି ଖେଳାଳି ଭାରତର ପ୍ରତିନିଧିତ୍ୱ କରିବେ । ସେଥିମଧ୍ୟରେ ଓଡ଼ିଶା ଓ କିସ୍‌ର ସୁମିତ୍ରା ନାୟକ ସ୍ଥାନ ପାଇଛନ୍ତି ।

ଅନ୍ୟ ଦୁଇ ଜଣ ହେଲେ ବାହାଭିତ୍‌ ବରୁଚା ଓ ସଂଧ୍ୟା ରାଏ । ଆଜି ସୁମିତ୍ରାଙ୍କ ଏହି ସଫଳତା ନେଇ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଭାରତକୁ ପ୍ରତିନିଧିତ୍ୱ କରିବାକୁ ଚୟନିତ ହୋଇଥିବାରୁ ସୁମିତ୍ରା ନାୟକଙ୍କୁ ଅଭିନନ୍ଦନ, ତାଙ୍କର ସଫଳତା କାମନା କରୁଛି ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.