ନିର୍ବାଚନ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଖକୁ ଆସିଲା ବିଷ ପାର୍ସଲ, ଯାହା ଚୁଟ୍‌କିରେ ନେଇପାରେ ଜୀବନ

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟକୁ ବିଷ ଥିବା ଏକ ପାର୍ସଲ ଆସିଥିବା ହ୍ବାଇଟ୍ ହାଉସର ଉଚ୍ଚ ପଦସ୍ଥ ଅଧିକାରୀ କହିଛନ୍ତି । ଟ୍ରମ୍ପଙ୍କ ନିକଟକୁ ରିସିନ ନାମକ ବିଷ ଥିବା ଏକ ପାର୍ସଲ ଆସିଛି । ମାତ୍ର ଏହି ପ୍ୟାକେଟ୍ ହ୍ବାଇଟ୍ ହାଉସରେ ପହଞ୍ଚିବା ପୂର୍ବରୁ ଛାନଭିନ୍ ବେଳେ ଧରାପଡିଛି ।

ରିପୋର୍ଟ ଅନୁସାରେ ଦୁଇ ଦୁଇ ଥର ପରୀକ୍ଷଣ ପରେ ଏହା କ୍ଷତିକାରକ ରିସିନ ବୋଲି ଜଣାପଡିଥିଲା । ଅଧିକାରୀଙ୍କ କହିବା ଅନୁସାରେ କୌଣସି ଜିନିଷ ହ୍ବାଇଟ୍ ହାଉସ ପହଞ୍ଚିବା ପରେ ଏବଂ ଟ୍ରମ୍ପଙ୍କ ନିକଟକୁ ଯିବା ପୂର୍ବରୁ ତାହାକୁ ତନତନ କରି ଯାଞ୍ଚ କରାଯାଇଥାଏ । ସେହିଭଳି ହ୍ବାଇଟ୍ ହାଉସକୁ ଆସୁଥିବା ସମସ୍ତ ଚିଠି ଏବଂ ପାର୍ସଲକୁ ମଧ୍ୟ ଯାଞ୍ଚ କରାଯାଇଥାଏ । କୌଣସି ଜିନିଷ ଉପରେ ସନ୍ଦେହ ହେଲେ ସେଗୁଡିକୁ ଅଲଗା ରଖିଦିଆଯାଇଥାଏ । ଟ୍ରମ୍ପଙ୍କ ନିକଟକୁ ଆସିଥିବା ପାର୍ସଲଟି କାନାଡାରୁ ଆସିଥିଲା ବୋଲି ଜଣାପଡିଛି।

tt

ରସିନି କ’ଣ ?

ଆମେରିକାର ଅଧିକାରୀଙ୍କ ଅନୁସାରେ ରିସିନ ବହୁତ କ୍ଷତିକାରକ ବିଷ । ଆତଙ୍କବାଦୀ ଆକ୍ରମଣ ବେଳେ ଏହାର ବ୍ୟବହାର ହୋଇଥାଏ । କୁହାଯାଏ, ରିସିନର ଏକ ଚୁଟକି ମାତ୍ରା ମଧ୍ୟ ମଣିଷର ଜୀବନ ନେଇପାରେ। ଏହା ଜଡା ଗଛ ମଞ୍ଜିରୁ ପ୍ରସ୍ତୁତ ହୋଇଥାଏ। ଏହା ପାଉଡର, ବଟିକା ଏବଂ ଏସିଡ୍ ରୂପେ ବ୍ୟବହାର ହୋଇଥାଏ । ଯାହା ଶରୀରକୁ ଏହି ବିଷ ଯାଇଥାଏ ତାର ମୃତ୍ୟୁ ନିଶ୍ଚିତ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.