ରାଜ୍ୟରେ ପାଖାପାଖି ୩ ପ୍ରତିଶତ ଖସିଲା ସଂକ୍ରମଣ, ଆଜି ରାଜ୍ୟରେ ୧୧,୦୫୯ ପଜିଟିଭ ଚିହ୍ନଟ

ଭୁବନେଶ୍ୱର(କେନ୍ୟୁଜ): ରାଜ୍ୟରେ ପାଖାପାଖି ୩ ପ୍ରତିଶତ ଖସିଲା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଆଉ ୧୧,୦୫୯ ପଜିଟିଭ୍‌ ଚିହ୍ନଟ । ଆଜି ରାଜ୍ୟରେ କରୋନା ନେଲା ୩୨ ଜୀବନ । ଆଜି କଟକରୁ ସର୍ବାଧିକ ୧୧୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ଏହି ସଂଖ୍ୟା ଥିଲା ୧୦୭୩ । ଖୋର୍ଦ୍ଧାରେ କମିଛି ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୧୦୧୦ ସଂକ୍ରମିତ ହୋଇଛନ୍ତି । ୨୪ ଘଣ୍ଟାରେ ୬୬ ହଜାର ୫୧୨ ଟେଷ୍ଟିଂ ହୋଇଥିବାବେଳେ ପଜିଟିଭ୍‌ ଆସିଛି ୧୧ ହଜାର ୫୯ ।

ଆଜି ପଜିଟିଭିଟ୍‌ ହାର ରହିଛି ୧୬.୬୨ ପ୍ରତିଶତ । ଯାହାକି ଗତକାଲି ଥିଲା ୧୯.୧୩ ପ୍ରତିଶତ । ସଂକ୍ରମଣରେ ଟପ୍‌ ୫ରେ ରହିଛି କଟକ, ଖୋର୍ଦ୍ଧା, ଅନୁଗୁଳ, ସୁନ୍ଦରଗଡ ଓ ମୟୂରଭଞ୍ଜ । କେବଳ ଏହି ୫ ଜିଲ୍ଲାରୁ ୪ ହଜାର ୩୯୩ ନୂଆ କେସ୍‌ ଆସିଛି। ଅନୁଗୁଳରୁ ୮୫୯, ସୁନ୍ଦରଗଡରୁ ୭୨୯ ଓ ମୟୂରଭଞ୍ଜରୁ ୬୬୨ ଆକ୍ରାନ୍ତ ହୋଇଛନ୍ତି । ଗଜପତି, ନୂଆପଡା ଓ ମାଲକାନଗିରିରେ ସବୁ କମ୍‌ ସଂକ୍ରମଣ ହାର ରହିଛି। ଏହି ୩ ଜିଲ୍ଲାରେ ୧୦୦ ତଳକୁ ରହିଛି ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ମୋଟ ଆକ୍ଟିଭ୍‌ କେସ୍‌ ରହିଛି ୧ଲକ୍ଷ ୧୧ ହଜାର ୨୬୨ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.