ଦେଶରେ ୩ ଲକ୍ଷ ପାର କଲା କରୋନା ମୃତ୍ୟୁସଂଖ୍ୟା, ଗତ ୨୪ ଘଣ୍ଟାରେ ୪ ହଜାର ୪୫୫ ମୃତ

କେନ୍ୟୁଜ୍(ବ୍ୟୁରୋ): ଦେଶରେ ୩ ଲକ୍ଷ ପାର କଲା କରୋନା ମୃତ୍ୟୁସଂଖ୍ୟା । ୩ ଲକ୍ଷ ପାର କରିବାରେ ଆମେରିକା ଓ ବ୍ରାଜିଲ ପରେ ଭାରତ ତୃତୀୟ ଦେଶ । ଗତ ୨୪ ଘଣ୍ଟାରେ ଦେଶରେ ପ୍ରାଣ ହରାଇଛନ୍ତି ୪ ହଜାର ୪୫୫ । ମୋଟ ମୃତ୍ୟୁସଂଖ୍ୟା ୩ ଲକ୍ଷ ୩ ହଜାର ୭୫୧ । ମାତ୍ର ୧୨ ଦିନରେ ପ୍ରାଣ ହରାଇଛନ୍ତି ୫୦ ହଜାର କରୋନା ରୋଗୀ ।

ପ୍ରଥମ ୫୦ ହଜାର ମୃତ୍ୟୁ ଛୁଇଁବାକୁ ଲାଗିଥିଲା ୧୫୬ ଦିନ । ପରବର୍ତ୍ତୀ ୫୦ ହଜାରକୁ ଲାଗିଥିଲା ୪୮ ଦିନ । ୧ ଲକ୍ଷରୁ ଦେଢ଼ ଲକ୍ଷ ପହଁଚିବାକୁ ଲାଗିଥିଲା ଆଉ ୯୫ ଦିନ । ଦେଢ଼ ଲକ୍ଷରୁ ୨ ଲକ୍ଷ ପହଁଚିବାକୁ ଲାଗିଥିଲା ୧୧୨ ଦିନ । ୨ ଲକ୍ଷରୁ ଅଢ଼େଇ ଲକ୍ଷ ପହଁଚିବାକୁ ଲାଗିଲା ୧୪ ଦିନ । ହେଲେ ଅଢ଼େଇରୁ ତିନି ଲକ୍ଷ ପହଁଚିବାକୁ ଲାଗିଲା ମାତ୍ର ୧୨ ଦିନ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.