Below header

ଗଞ୍ଜାମ ବୁଗୁଡ଼ା ବନାଞ୍ଚଳରୁ ଜିଆଦ ମାଂସ ଓ ଛାଲ ଜବତ, ୨ ଶିକାରୀ ଗିରଫ

କେନ୍ୟୁଜ୍(ବ୍ୟୁରୋ): ଜିଆଦ ମାଂସ ଓ ଛାଲ ସହ ଦୁଇ ଶିକାରିଙ୍କୁ ଗିରଫ କରିଛି ବନବିଭାଗ । ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ବୁଗୁଡ଼ା ବନାଞ୍ଚଳ ନିକଟରେ ବିଦ୍ୟୁତ ତାର ବିଛାଇ ଏକ ଜିଆଦକୁ ଶିକାର କରିଥିଲେ ଦୁଇ ଶିକାରି ।

ବନବିଭାଗ କର୍ମଚାରୀ ଚଢ଼ାଉ କରି ଦୁଇ ଶିକାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୯ କିଲୋ ଜିଆଦ ମାଂସ, ଛାଲ, ବିଦ୍ୟୁତ ତାର ଓ ଶିକାରରେ ବ୍ୟବହୃତ ସରଞ୍ଜାମ ଜବତ କରିଛି । ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.