Below header

ବାତ୍ୟାର ରୂପ ନେଲା ‘ୟସ୍‌’, ୨୬ ତାରିଖ ମଧ୍ୟାହ୍ନ ସୁଦ୍ଧା ଲ୍ୟାଣ୍ଡଫଲ କରିବ

କେନ୍ୟୁଜ୍(ବ୍ୟୁରୋ): ବାତ୍ୟାର ରୂପ ନେଲା ‘ୟସ୍‌’ । ଆଜି ରାତିରେ ଅଧିକ ଘନୀଭୂତ ହୋଇ ଅତି ତୀବ୍ର ବାତ୍ୟା ବା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨୬ ତାରିଖ ମଧ୍ୟାହ୍ନ ସୁଦ୍ଧା ଲ୍ୟାଣ୍ଡଫଲ କରିବ । ପାରାଦୀପଠାରୁ ୫୪୦ କିଲୋମିଟର ଓ ବାଲେଶ୍ୱରଠାରୁ ୬୫୦ କିଲୋମିଟର ଦୂରେ ରହିଛି । ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଘନୀଭୂତ ହୋଇ ୨୬ ତାରିଖ ସକାଳେ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳ ପାଖାପାଖି ପହଞ୍ଚିବା ସମ୍ଭାବନା ରହିଛି ।

ଏହା ଅତି ତୀବ୍ର ବାତ୍ୟା ଭାବେ ୨୬ ତାରିଖ ସଂଧ୍ୟା ସୁଦ୍ଧା ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳର ପାରାଦୀପରୁ ସାଗର ଦ୍ୱୀପ ଭିତରେ ସ୍ଥଳଭାଗ ଅତିକ୍ରମ କରିବ । ଲାଣ୍ଡଫଲ୍‌ ବେଳେ ପ୍ରବଳ ବେଗରେ ବହିବ ପବନ । ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟର ଓ ସ୍ଥଳବିଶେଷରେ ବଢ଼ି ୧୯୦ ବି ଛୁଇଁପାରେ । ବାତ୍ୟା ପ୍ରଭାବରେ ୨୪ ତାରିଖ ସନ୍ଧ୍ୟାରୁ ଓଡ଼ିଶା ଉପକୂଳରେ ୪୦-୫୦ କିଲୋମିଟର ବେଗରେ ବହିବ ପବନ । ୨୫ରୁ ବର୍ଷା ଓ ପବନ ବଢ଼ିବ । ୧୧ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୨୬ ତାରିଖରେ ୧୨ ଜିଲ୍ଲାକୁ ରେଡ୍‌ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ୨୪ରୁ ୨୬ ତାରିଖ ଅଶାନ୍ତ ରହିବ ସମୁଦ୍ର । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଓଡ଼ିଶାର ସମସ୍ତ ବନ୍ଦରକୁ ତିନି ନମ୍ବର ବିପଦ ସଙ୍କେତ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.