ଆଜି କରୋନା ସୁସ୍ଥ ହେଲେ ୧୯୪୩ ଜଣ ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଆଜି କରୋନା ସୁସ୍ଥ ହେଲେ ୧୯୪୩ ଜଣ ଆକ୍ରାନ୍ତ। ଆଜିର ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୫୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ଏହି ସୂଚନା ଦିଆଯାଇଛି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୬ ହଜାର ୯୫୦ରେ ପହଞ୍ଚିଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୨୬୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ୨୪୨, ବାଲେଶ୍ୱରରୁ ୧୪୩, ମୟୂରଭଂଜରୁ ୧୦୩, ଭଦ୍ରକରୁ ୯୪, ଜଗତସିଂହପୁରରୁ ୯୧, ସୁନ୍ଦରଗଡ଼ରୁ ୭୩, ନୟାଗଡରୁ ୭୦, ଅନୁଗୁଳରୁ ୬୫ ଓ ଢେଙ୍କାନାଳରୁ ୬୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

କେନ୍ଦ୍ରାପଡ଼ାରୁ ୫୪, କେନ୍ଦୁଝରରୁ ୩୫, ସମ୍ବଲପୁରରୁ ୩୦, ମାଲକାନଗିରିରୁ ୨୯, ପୁରୀରୁ ୨୫, କନ୍ଧମାଳରୁ ୨୧, କୋରାପୁଟ ଓ ରାୟଗଡ଼ାରୁ ୨୧ ଜଣ ଲେଖାଏଁ, ନବରଂଗପୁରରୁ ୧୪, ବରଗଡ଼ରୁ ୧୨, ବୌଦ୍ଧରୁ ୧୧, ସୁବର୍ଣ୍ଣପୁରରୁ ୯, ଗଂଜାମ, ଝାରସୁଗୁଡ଼ା, କଳାହାଣ୍ଡି ରୁ ୮ ଜଣ ଲେଖାଏଁ, ଗଜପତିରୁ ୬, ଦେବଗଡ଼ରୁ ୫, ନୂଆପଡ଼ାରୁ ୨, ବଲାଙ୍ଗୀରରୁ ଜଣେ ଏବଂ ରାଜ୍ୟପୁଲରୁ ୫୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.