ଭୁବନେଶ୍ବର: ନଦୀପଠାରୁ ଅଧାପୋତା ମୃତଦେହ ଉଦ୍ଧାର, ହତ୍ୟାକରି ପୋତା ଯାଇଥିବା ସନ୍ଦେହ

ଭୁବନେଶ୍ବର(କେନ୍ୟୁଜ୍): ନଦୀପଠା ରେ ମୃତଦେହ। ରାଜଧାନୀ ଭୁବନେଶ୍ବର ମଞ୍ଚେଶ୍ୱର ଥାନା ଅଧୀନରେ ଘଟିଛି ଏଭଳି ଘଟଣା । ବରିମୁଣ୍ଡ ପଞ୍ଚାୟତ ବାଲିଯାତ୍ରା ପଡିଆ ଠାରେ ଏକ ଗଳିତ ମୃତଦେହ ପୋତି ହୋଇରହିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ଆଜି ମଞ୍ଚେଶ୍ୱର ଥାନାକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ୩ ରୁ ୪ ଦିନ ତଳେ ହତ୍ୟା କରାଯାଇ ପୋତାଯାଇଥିବା ପୋଲିସ ଅନୁମାନ କରୁଛି ।

ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଁଚିବା ପରେ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଗଳିତ ଶବକୁ ବାହାର କରାଯିବ। ଅନ୍ୟପକ୍ଷରେ କିଛିଦିନ ତଳେ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ଓ ଗଣ୍ଡଗୋଳ ଏଠାରେ ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି । ଏଣୁ ଅତ୍ୟଧିକ ନିଶା ସେବନ ପରେ ଏଭଳି ଅଭାବନୀୟ କାଣ୍ଡ ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି । ଅନ୍ୟପଟେ ପୋଲିସ ପେଟ୍ରୋଲିଂ ଅଭାବରୁ ସ୍ଥାନୀୟ ଅଞ୍ଚଳରେ ବାରମ୍ବାର ଏଭଳି ଘଟଣା ଘଟୁଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.