ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୪୯୨ ଜଣ ଆକ୍ରାନ୍ତ ସୁସ୍ଥ
କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୪୯୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୬୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ ଜରିଆରେ ଏହି ସୂଚନା ଦିଆଯାଇଛି । ଅଜିର ସୁସ୍ଥଙ୍କୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୦ ହଜାର ୪୧୮ରେ ପହଞ୍ଚିଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୩୭୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବାଲେଶ୍ୱରରୁ ୨୨୧, ଯାଜପୁରରୁ ୧୮୦, ନୟାଗଡ଼ରୁ ୧୪୭, ପୁରୀରୁ ୧୦୪, ମୟୂରଭଂଜରୁ ୧୦୧, ଢେଙ୍କାନାଳରୁ ୮୮, ଭଦ୍ରକରୁ ୮୨, ଜଗତସିଂହପୁରରୁ ୭୧ ଓ କେନ୍ଦ୍ରାପଡ଼ାରୁ ୬୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।
Another 2492 Covid patients have recovered and are being discharged on 18.07.2021
564 from Khordha
378 from Cuttack
221 from Baleswar
180 from Jajapur
147 from Nayagarh
104 from Puri
101 from Mayurbhanj
88 from Dhenkanal
82 from Bhadrak
71 from Jagatsinghpur
60 from Kendrapara— H & FW Dept Odisha (@HFWOdisha) July 18, 2021
3 from Nuapada
2 from Boudh
119 from State PoolThe total recovered cases of Odisha now stand at 930418
— H & FW Dept Odisha (@HFWOdisha) July 18, 2021
ସେହିପରି ସୁନ୍ଦରଗଡ଼ରୁ ୫୯, ଅନୁଗୁଳରୁ ୫୪, କେନ୍ଦୁଝରରୁ ୪୪, କୋରାପୁଟରୁ ୩୨, ବରଗଡ଼ରୁ ୩୦, କଳାହାଣ୍ଡିରୁ ୨୩, କନ୍ଧମାଳରୁ ୨୧, ସୁବର୍ଣ୍ଣପୁରରୁ ୨୦, ମାଲକାନଗିରିରୁ ୧୯, ରାୟଗଡ଼ା ଏବଂ ସମ୍ବଲପୁରରୁ ୧୮ ଜଣ ଲେଖାଏଁ, ଝାରସୁଗୁଡ଼ାରୁ ୧୨, ନବରଂଗପୁରରୁ ୯, ଦେବଗଡ଼ରୁ ୬, ବଲାଙ୍ଗୀରରୁ ୪, ଗଂଜାମ ଏବଂ ନୂଆପଡ଼ାରୁ ୩ ଜଣ ଲେଖାଏଁ, ବୌଦ୍ଧରୁ ୨ ଏବଂ ରାଜ୍ୟପୁଲରୁ ୧୧୯ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।