ଗଜପତି ଜିଲ୍ଲାରୁ ୨୩ଜଣ କରୋନା ଅଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରୁ ୨୫୫ଜଣ ଆକ୍ରାନ୍ତ ସୁସ୍ଥ

ଆଜି କରୋନାରୁ ରାଜ୍ୟରେ ୨୫୫ଜଣ  ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ  ଗଜପତି ଜିଲ୍ଲାରୁ ୨୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୩ଜଣ, ବଲାଙ୍ଗୀରରୁ ୧୯ଜଣ, ଅନୁଗୁଳରୁ ୧୬ଜଣ, ଝାରସୁଗୁଡ଼ାରୁ ୧୬ଜଣ, ସମ୍ବଲପୁରରୁ ୧୬ଜଣ, ବରଗଡ଼ରୁ ୧୫ଜଣ, କେନ୍ଦୁଝରରୁ ୧୩ଜଣ, ମୟୁରଭଞ୍ଜରୁ ୧୨ଜଣ, ଯାଜପୁରରୁ ୧୦ଜଣ, କଟକରୁ ୯ଜଣ, ପୁରୀରୁ ୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି।

ସେହିପରି କଳାହାଣ୍ଡିରୁ ୮ଜଣ, ମାଲାକାନଗିରିରୁ ୮ଜଣ, ସୁନ୍ଦରଗଡ଼ରୁ ୮ଜଣ, କୋରାପୁଟରୁ ୬ଜଣ, ରାୟଗଡ଼ାରୁ ୬ଜଣ, ଦେବଗଡ଼ରୁ ୫ଜଣ, କେନ୍ଦ୍ରାପଡ଼ାରୁ ୫ଜଣ, ନୂଆପଡ଼ାରୁ ୪ଜଣ, ବୌଦ୍ଧରୁ ୩ଜଣ, ଢ଼େଙ୍କାନାଳରୁ ୩ଜଣ, ସୁବର୍ଣ୍ଣପୁରରୁ ୩ଜଣ, ବାଲେଶ୍ବରରୁ ୨ଜଣ, ଭଦ୍ରକରୁ ୨ଜଣ, ଗଞ୍ଜାମରୁ ୨ଜଣ, ଜଗତସିଂହପୁରରୁ ୨ଜଣ, ନବରଙ୍ଗପୁରରୁ ୨ଜଣ, ନୟାଗଡ଼ରୁ ଜଣେ ଓ ଷ୍ଟେଟପୁଲରୁ ୪ଜଣ ଲେଖାଏଁ କରୋନା ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥଙ୍କୁ ମିଶାଇ ରାଜ୍ୟରୁ ୩୨୯୮୦୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଟ୍ବିଟ ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.