କଟକ ସହରରୁ ଆଜି  ମୋଟ ୨୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୧୩୧ ଲୋକାଲ କେସ୍

କେନ୍ୟୁଜ୍(ବ୍ୟୁରୋ): କଟକ ସହରରୁ ଆଜି  ମୋଟ ୨୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୨୬ ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୩୧ ଜଣ ଲୋକାଲ କଣ୍ଟାକ୍ଟ କେସରୁ ଆକ୍ରାନ୍ତ ହୋଇଛନ୍ତି । ସିଏମସି ପକ୍ଷରୁ ଟ୍ବିଟ କରି ଏହି ସୂଚନା ଦିଆଯାଇଛି।

ସିଏମସି ସୂଚନା ମୁତାବକ ସରକାରୀ କ୍ବାରେଣ୍ଟାଇନରୁ ୩ ଜଣ କରୋନା  ଯୋଦ୍ଧାଙ୍କ ସମେତ ୮୧ ଜଣ କରୋନା ଆକ୍ରାନ୍ତ ଅଛନ୍ତି । ଏମାନଙ୍କ ମଧ୍ୟରେ   ୬୪ ଜଣ ପୁରୁଷ ଅଛନ୍ତି ଓ  ୧୪ ଜଣ ମହିଳା ଅଛନ୍ତି ।ସେହିଭଳି  ହୋମ କ୍ବାରେଣ୍ଟାଇନରୁ  ୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଲୋକାଲ କଣ୍ଟାକ୍ଟ  କେସ୍ ଯୋଗୁଁ ଆଜି ୧୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.