Below header

ରାଜ୍ୟମାନେ କହିଲେ ଲୋକାଲ୍‌ ଟ୍ରେନ୍‌ ଚାଲିବ : ରେଳବାଇ ବୋର୍ଡ

ନୂଆଦିଲ୍ଲୀ : ରାଜ୍ୟସରକାରମାନେ ପ୍ରସ୍ତୁତ ହୋଇ କହିଲେ ଲୋକାଲ୍‌ ଟ୍ରେନ୍‌ ଚାଲିବ । ଏମିତି କହିଛନ୍ତି ରେଳ ବୋର୍ଡ ଅଧ୍ୟକ୍ଷ ଭିକେ ଯାଦବ । ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀକୁ ଉଦ୍‌ବୋଧନ ଦେଇ ସେ କହିଛନ୍ତି ଯେ କୋଭିଡ୍‌ -୧୯ କଣ୍ଟ୍ରୋଲ ନ ହେବା ଯାଏ ଲୋକାଲ୍‌ ଟ୍ରେନ୍‌ ସେବା ଚାଲୁ ହେବ ନାହିଁ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ ।

ହେଲେ ଅତ୍ୟାବଶ୍ୟକ ସେବା ଦେବା ପାଇଁ ଅଳ୍ପ କିଛି କର୍ମଚାରୀଙ୍କୁ ନେଇ ମୁମ୍ବାଇରେ ଲୋକାଲ୍‌ ଟ୍ରେନ୍‌ ସେବା ବ୍ୟତୀତ ଅନ୍ୟ ଲୋକାଲ୍‌ ଟ୍ରେନ୍‌ ସେବା ବନ୍ଦ ରହିଛି । ଯଦି ରାଜ୍ୟସରକାରମାନେ ଲୋକାଲ୍‌ ଟ୍ରେନ୍‌ ସେବା ଚାଲୁ କରିବା ପାଇଁ ଆମକୁ ଅନୁରୋଧ କରନ୍ତି ତେବେ ସେବା ପୁଃନ ଆରମ୍ଭ କରିବାକୁ ବିଚାର କରିବୁ ।

ପଶ୍ଚିମ ବଙ୍ଗରେ ଲୋକାଲ ଟ୍ରେନ୍‌ ସେବା ଅତି ଜରୁରୀ ହୋଇଥିଲେ ହେଁ ସେଠାରେ ଲକ୍‌ଡାଉନ୍‌ ବାରମ୍ବାର ହେଉଛି । ଆମେ ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା କରୁଛି । ସରକାରଙ୍କ ଠାରୁ ଅନୁମତି ପାଇବା ପରେ ସେଠାରେ ଲୋକାଲ୍‌ ଟ୍ରେନ୍‌ ସେବା ଆରମ୍ଭ ହେବ ବୋଲି ଶ୍ରୀ ଯାଦବ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.