ଆଜି ରାଜ୍ୟରୁ ସୁସ୍ଥ ହେଲେ ୨୬୪୧ କରୋନା ଆକ୍ରାନ୍ତ, କଟକରୁ ସର୍ବାଧିକ ୪୪୨ ଜଣ

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜ୍ୟରୁ ଆଜି ୨୬୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକ ଜିଲ୍ଳାରୁ ସର୍ବାଧିକ ୪୪୨ ଜଣ ଓ ବଲାଙ୍ଗିରରୁ ସର୍ବନିମ୍ନ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବାରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୧୮ ହଜାର ୪୧ରେ ପହଞ୍ଚିଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ୩୪୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବାଲେଶ୍ୱରରୁ ୨୩୬, ଯାଜପୁରରୁ ୧୮୮, ମୟୂରଭଂଜରୁ ୧୮୬, ପୁରୀରୁ ୧୫୦, ଭଦ୍ରକରୁ ୧୨୫, ଜଗତସିଂହପୁରରୁ ୧୧୭, ନୟାଗଡ଼ରୁ ୯୨, କେନ୍ଦ୍ରାପଡ଼ାରୁ ୮୫ ଓ ଅନୁଗୁଳରୁ ୮୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ସୁନ୍ଦରଗଡ଼ରୁ ୮୨, ଢେଙ୍କାନାଳରୁ ୬୫, କୋରାପୁଟରୁ ୬୪, କେନ୍ଦୁଝରରୁ ୬୩, ମାଲକାନଗିରିରୁ ୪୩, କଳାହାଣ୍ଡିରୁ ୩୬, ଝାରସୁଗୁଡ଼ାରୁ ୩୦, ରାୟଗଡ଼ା ଓ ସମ୍ବଲପୁରରୁ ୨୬ ଜଣ ଲେଖାଏଁ, କନ୍ଧମାଳରୁ ୨୨, ବୌଦ୍ଧରୁ ୧୯, ନବରଂଗପୁରରୁ ୧୫, ସୁବର୍ଣ୍ଣପୁରରୁ ୧୦, ବରଗଡ଼ରୁ ୮, ଗଜପତି ଏବଂ ନୂଆପଡ଼ାରୁ ୭ ଜଣ ଲେଖାଏଁ, ଦେବଗଡ଼ ଓ ଗଂଜାମରୁ ୬ ଜଣ ଲେଖାଏଁ, ବଲାଙ୍ଗୀରରୁ ଜଣେ ଓ ରାଜ୍ୟପୁଲରୁ ୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.