ସମ୍ବଲପୁରରୁ ୩୭ଜଣ କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରୁ ଆଜି ୨୭୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରୁ ଆଜି ୨୭୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥଙ୍କ ମଧ୍ୟରେ ସମ୍ବଲପୁରରୁ ୩୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ  ଅନୁଗୁଳରୁ ୨୮ଜଣ, ବରଗଡ଼ରୁ ୨୩ଜଣ, ପୁରୀରୁ ୨୦ଜଣ, ଝାରସୁଗୁଡ଼ାରୁ ୧୭ଜଣ, ସୁନ୍ଦରଗଡ଼ରୁ ୧୪ଜଣ, ଗଜପତିରୁ ୧୦ଜଣ, ଯାଜପୁରରୁ ୧୦ଜଣ, କନ୍ଧମାଳରୁ ୧୦ଜଣ, ଖୋର୍ଦ୍ଧାରୁ ୧୦ଜଣ, ବାଲେଶ୍ବରରୁ ୯ଜଣ, କୋରାପୁଟରୁ ୯ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ମୟୁରଭଞ୍ଜରୁ ୯ଜଣ, ରାୟଗଡ଼ାରୁ ୯ଜଣ, ବଲାଙ୍ଗୀରରୁ ୮ଜଣ, କଳାହାଣ୍ଡିରୁ ୮ଜଣ, କଟକରୁ ୫ଜଣ, କେନ୍ଦ୍ରାପଡ଼ାରୁ ୫ଜଣ, ନୂଆପଡ଼ାରୁ ୫ଜଣ, ମାଲକାନଗିରିରୁ ୪ଜଣ, ସୁବର୍ଣ୍ଣପୁରରୁ ୪ଜଣ, ଭଦ୍ରକରୁ ୩ଜଣ, ଦେବଗଡ଼ରୁ ୩ଜଣ, ଜଗତସିଂହପୁରରୁ ୩ଜଣ, ଗଞ୍ଜାମରୁ ୨ଜଣ ଓ ଷ୍ଟେଟପୁଲରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ  ଟ୍ବିଟ ଯୋଗେ ସୂଚନା ଦେଇଛି । ନୂଆ ସୁସ୍ଥଙ୍କୁ ମିଶାଇ  ବର୍ତ୍ତମାନ ସୁଦ୍ଧା  ୩୩୦୩୨୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.