ଗତ ୨୪ ଘଣ୍ଟାରେ ୩ହଜାର ୪୦୮ ନୂଆ ପଜିଟିଭ୍‌ ଚିହ୍ନଟ, ୩୯ ଆକ୍ରାନ୍ତଙ୍କ ମୃତ୍ୟୁ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଗତକାଲି ତୁଳନାରେ ସାମାନ୍ୟ ହ୍ରାସ ପାଇଛି ସଂକ୍ରମଣ। ଗତ ୨୪ ଘଣ୍ଟାରେ ୩ହଜାର ୪୦୮ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଉ ୩୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଆଜି ପଜିଟିଭିଟି ରେଟ୍‌ ରହିଛି ୪.୯୮ ପ୍ରତିଶତ । ଯାହାକି ଗତକାଲି ଥିଲା ୫.୧୭ ପ୍ରତିଶତ । ୨୪ ଘଣ୍ଟାରେ ୬୮ ହଜାର ୩୩୫ ଟେଷ୍ଟିଂ ହୋଇଥିବାବେଳେ ୪.୯୮ ପ୍ରତିଶତ ପଜିଟିଭିଟି ହାର ରହିଛି। ଟପ୍‌ ୫ ଜିଲ୍ଲାରେ ରହିଛି ଖୋର୍ଦ୍ଧା, କଟକ, ବାଲେଶ୍ୱର, ଯାଜପୁର ଓ ପୁରୀ ।

ଖୋର୍ଦ୍ଧାରୁ ସର୍ବାଧିକ ୫୮୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କଟକରୁ ୫୫୩, ଯାଜପୁରରୁ ୨୫୮, ବାଲେଶ୍ୱରରୁ ୨୫୧ ଓ ପୁରୀରୁ ୨୧୫ ରହିଛି କରୋନା କେସ୍‌ । କେବଳ ଏହି ୫ ଜିଲ୍ଲାରୁ ୧୮ଶହ ୫୯ ସଂକ୍ରମିତ ହୋଇଛନ୍ତି । ୨୦ ଜିଲ୍ଲାରେ ୧୦୦ ତଳେ ରହିଛି ଦୈନିକ ସଂକ୍ରମଣ। ଆକ୍ଟିଭ୍‌ କେସ୍‌ ୩୨ ହଜାର ୭୦୬କୁ ହ୍ରାସ ପାଇଛି। ଆକ୍‌ଟିଭ୍‌ କେସ୍‌ରେ ୨୧ ଜିଲ୍ଲା ଗ୍ରୀନ୍‌ ଜୋନ୍‌ ଓ ୪ ଜିଲ୍ଲା ରେଡ ଜୋନ୍‌ରେ ରହିଛି। ସେହିଭଳି ପଜିଟିଭିଟି ରେଟ୍‌ରେ ଗ୍ରୀନ୍‌ ଜୋନ୍‌ରେ ୧୮ ଓ ରେଡ୍‌ ଜୋନ୍‌ରେ ୬ ଜିଲ୍ଲା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.