ଆଜି ରାଜଧାନୀ ଭୁବନେଶ୍ୱରରୁ ୩୪୨ ଜଣ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର(କେନ୍ୟୁଜ୍‌): ରାଜଧାନୀ ଭୁବନେଶ୍ୱରରୁ ଆଜି ମୋଟ୍ ୩୪୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୧୧୧ ଜଣ ସଂଗରୋଧ ଓ ୨୩୧ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଟ୍ଵିଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି। ଅନ୍ୟପଟେ ଆଜି ଭୁବନେଶ୍ୱରରୁ ୩୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସରକାରୀ ସଂଗରୋଧରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ପଟିଆରୁ ୧୦ ଜଣ, ନୟାପଲ୍ଲୀରୁ ୭ ଜଣ, ଚନ୍ଦ୍ରଶେଖରପୁରରୁ ୬ ଜଣ, ଭିଏସଏସ ନଗରରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ଚନ୍ଦ୍ରଶେଖରପୁରରୁ ୧୬ ଜଣ, ପଟିଆରୁ ୧୨ ଜଣ, ନୟାପଲ୍ଲୀରୁ ୯ ଜଣ, ଆଇଆରସି ଭିଲେଜରୁ ୮ ଜଣ, ନିଳାଦ୍ରୀ ବିହାର, ଝାରପଡ଼ା, ପାତ୍ରପଡାରୁ ୭-୭ ଜଣ, ଆଇଗଣିଆ, ବରମୁଣ୍ଡା, ଡୁମଡୁମାରୁ ୬ ଜଣ ଲେଖାଏଁ, ୟୁନିଟ-୮ରୁ ୬ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖଣ୍ଡଗିରି, ଚକେଇସିହାଣୀ, କଳିଙ୍ଗନଗରରୁ ୪ ଜଣ, ସାଲିଆ ସାହି, କପିଳ ପ୍ରସାଦ, ସହିଦ ନଗରରୁ ୩-୩ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।