Video Viral: ନିଜର ଅବୈଧ ସମ୍ପର୍କ ଧରାପଡ଼ି ଯିବାରୁ ସ୍ତ୍ରୀଙ୍କୁ ତଳେ ପକାଇ ନିର୍ଧୂମ ପିଟିଚାଲିଲେ ସ୍ପେଶାଲ ଡିଜି ପୁରୁଷୋତ୍ତମ ଶର୍ମା, ପୁଅର ଅଭିଯୋଗ କ୍ରମେ ପଦରୁ ହଟିଲେ

ମଧ୍ୟ ପ୍ରଦେଶର ସ୍ପେଶାଲ ଡିଜି ପୁରୁଷୋତ୍ତମ ଶର୍ମା ତାଙ୍କ ସ୍ତ୍ରୀଙ୍କୁ ମାରପିଟ କରୁଥିବାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଭିଡ଼ିଓ ଭାଇରଲ ହେବା ପରେ ତାଙ୍କ ପାଇଁ ଅଡ଼ୁଆ ବଢିଯାଇଛି। ଭିଡ଼ିଓରେ ପୁରୁଷୋତ୍ତମ ଶର୍ମା ନିଜ ସ୍ତ୍ରୀଙ୍କୁ ତଳେ ପକାଇ ପିଟୁଥିବା ଦେଖିବାକୁ ମିଳୁଛି। ସ୍ତ୍ରୀଙ୍କ ଅଭିଯୋଗ ଅନୁସାରେ, ତାଙ୍କ ସ୍ୱାମୀଙ୍କର ଅନ୍ୟ ଜଣେ ମହିଳାଙ୍କ ସହ ଅବୈଧ ସମ୍ବନ୍ଧ ଅଛି। ସେ ଦୁହିଁଙ୍କୁ ଧରିବା ପରେ ଏଥିରେ ରାଗିଯାଇ ପୁରୁଷୋତ୍ତମ ଶର୍ମା ତାଙ୍କୁ ମାଡ଼ ମାରିଛନ୍ତି।
ଭିଡ଼ିଓରେ ଡିଜିଙ୍କ ସ୍ତ୍ରୀ ମଧ୍ୟ ତାଙ୍କ ଉପରକୁ ଆକ୍ରମଣ କରୁଥିବା ଦେଖିବାକୁ ମିଳୁଛି। ତାଙ୍କ ହାତରେ କଇଁଚି ଅଛି। ଏହି ସମୟରେ ଘରେ ଉପସ୍ଥିତ ଜଣେ ବ୍ୟକ୍ତି ଭିଡ଼ିଓ ରେକର୍ଡ କରିଛନ୍ତି। ସେପଟେ ଡିଜିଙ୍କ ପୁଅ ତାଙ୍କ ବାପାଙ୍କ ବିରୋଧରେ ସିଏମ ଏବଂ ଗୃହମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
ଏହାପରେ ପୁରୁଷୋତ୍ତମ ଶର୍ମାଙ୍କୁ ଡିଜି ପଦରୁ ହଟେଇ ଦିଆଯାଇଛି। ଅନ୍ୟପଟେ ମିଡିଆ ସାମ୍ନାରେ ପୁରୁଷୋତ୍ତମ ଶର୍ମା କହିଛନ୍ତି ଯେ ‘ମୁଁ ଏହି ସମ୍ପର୍କକୁ ନେଇ ଅସନ୍ତୁଷ୍ଟ ଏବଂ ଆଗକୁ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ଅଛି। ମୋ ପାଖରେ କୌଣସି ହତିଆର ନ ଥିଲା, କିନ୍ତୁ ମୋ ସ୍ତ୍ରୀଙ୍କ ହାତରେ କଇଁଚି ଥିଲା’। ଏହି ଭାଇରଲ ଭିଡ଼ିଓରେ ଆପଣ ଶୁଣିବାକୁ ପାଇବେ ଯେ ଡିଜି ନିଜ ସ୍ତ୍ରୀଙ୍କୁ ଥାନାରେ ରିପୋର୍ଟ ଲେଖେଇବାକୁ ଧମକ ଦେଉଛନ୍ତି।
Action against DG rank officer Purushottam Sharma in Madhya Pradesh. This, after a video of his assaulting his wife was put out by his son, demanding action pic.twitter.com/CH4z2Exdh2
— Padmaja joshi (@PadmajaJoshi) September 28, 2020