ଆଜି ରାଜ୍ୟରେ ୩୭୭୯ କରୋନା ଆକ୍ରାନ୍ତ ସୁସ୍ଥ,ଲଗାତାର ଭଳି ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲା ସୁସ୍ଥ ତାଲିକାରେ ଆଗରେ

କେନ୍ୟୁଜ୍(ବ୍ୟୁରୋ): ଆଜି ରାଜ୍ୟରେ ୩୭୭୯ କରୋନା ଆକ୍ରାନ୍ତ ସୁସ୍ଥ। ଲଗାତାର ଭଳି ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲା ସୁସ୍ଥ ତୁଳନାରେ ସର୍ବାଗ୍ରେ ରହିଛି। ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି  ଖୋର୍ଦ୍ଧାର ୫୫୦,କଟକର ୪୨୭,ପୁରୀର ୧୫୮,ବାଲେଶ୍ବରର ୧୫୫,ବରଗଡର ୧୫୨,ଝାରସୁଗୁଡାର ୧୫୨,କନ୍ଧମାଳର ୧୩୫, ମୟୁରଭଞ୍ଜର ୧୩୫,ସମ୍ବଲପୁରର ୧୨୭,ରାୟଗଡାର ୧୧୮, ଯାଜପୁରର ୧୧୩ ଜଣ।

ସେହିଭଳି ଜଗତସିଂହପୁରର ୧୦୫, ଗଞ୍ଜାମର ୯୯, ବଲାଙ୍ଗିରର ୯୮, ଭଦ୍ରକର ୯୨,ନବରଙ୍ଗପୁରର ୮୧, ନୂଆପଡାର ୭୭, କେନ୍ଦୁଝରର ୭୬,ଢେଙ୍କାନାଳର ୭୪,କେନ୍ଦ୍ରାପଡାର ୬୯,କୋରାପୁଟର ୬୯, କଳାହାଣ୍ଡିର ୬୫,ସୋନୁପୁରର ୬୫,ସୁନ୍ଦରଗଡର ୬୨,ଗଜପତିର ୫୮,ନୟାଗଡର ୪୭,ମାଲକାନଗିରିର ୪୬, ବୌଦ୍ଧର ୪୪,ଅନୁଗୁଳର ୩୯,ଦେବଗଡର ୭, ଷ୍ଟେଟପୁଲର ୨୮୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ପହଞ୍ଚିଛି ୧,୬୧,୦୪୪।