ବଢୁଛି ଜଳସ୍ତର ଖୋଲୁଛି ଗେଟ୍: ମୋଟ୍ ୪୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି

ସମ୍ବଲପୁର (କେନ୍ୟୁଜ):  ବଢୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର । ଖୋଲିଲା ଆଉ ୧୪ଟି ଗେଟ୍‌ । ଏବେ ମୋଟ୍‌ ୪୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ହୀରାକୁଦର ବନ୍ୟା ପାଣି । ଡ୍ୟାମର ଜଳସ୍ତର ବଢୁଥିବାରୁ ଅଧିକ ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ହୋଇଛି ।ଯେମିତି ଯେମିତି ଜଳସ୍ତର ବଢୁଛି ସେହି ଅନୁପାତରେ ଗେଟ୍ ଖୋଲିବାରେ ଲାଗିଛି। ମୋଟ୍ ୪୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ପ୍ରଥମେ ପାଞ୍ଚଟି ଗେଟ୍ ଖୋଲାଯିବା ପରେ ପୁଣି ପାଞ୍ଚଟି ଗେଟ୍ ଏବଂ ସନ୍ଧ୍ୟାରେ ଆଉ ୪ଟି ଗେଟ୍ ଖୋଲା ଯାଇଛି। ଫଳରେ ମହାନଦୀରେ ବନ୍ୟା ସ୍ଥିତି ଆହୁରି ସଙ୍ଗୀନ ହୋଇପାରେ। ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ବର୍ତ୍ତମାନ ୬୨୬.୯୧ ଫୁଟ୍ ରହିଛି। ଏହାର ଜଳଧାରଣ କ୍ଷମତା ୬୩୦ ଫୁଟ୍।

ଏହା ପୂର୍ବରୁ ୨୬ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିଲା। ଏବେ ମୋଟ୍ ୪୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ମୁଣ୍ଡଳିରେ ଜଳ ପ୍ରବାହ ୧୨ ଲକ୍ଷ କ୍ୟୁସେକ୍ ଟପିଛି। ୧୨ ଲକ୍ଷ ୧ ହଜାର ୪୨୬ କ୍ୟୁସେକ ଜଳ ପ୍ରବାହିତ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.