ଆଜି ରାଜ୍ୟରେ ରେକର୍ଡ ଭାଙ୍ଗିଛି  ସୁସ୍ଥ ସଂଖ୍ୟା, ସର୍ବାଧିକ ୪୭୬୧ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଦିନକୁ ଦିନ ବେକବୁ ହେବାରେ ଲାଗିଛି କୋରୋନା  ସ୍ଥିତି।  ପ୍ରତିଦିନ ହଜାର ହଜାର ଲୋକେ ସଂକ୍ରମିତ ହେବାରେ ଲାଗୁଛନ୍ତି। ଏହାର ଭିତରେ  ଦୁଇ ଦିନ ହେବ କରୋନାର ସୁସ୍ଥ ସଂଖ୍ୟା ଟିକିଏ ଆଶ୍ବସ୍ତି ଦେଉଛି। ଆଜି ରାଜ୍ୟରେ ରେକର୍ଡ ଭାଙ୍ଗିଛି  ସୁସ୍ଥ ସଂଖ୍ୟା । ସର୍ବାଧିକ ୪୭୬୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି  ବୋଲି ଟ୍ବିଟ ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ।


ଆଜି ସୁସ୍ଥଙ୍କ ମଧ୍ୟରେ ଅଛନ୍ତି ଖୋର୍ଦ୍ଧାର ୧୧୭୧,କଟକର ୪୧୧,ମୟୁରଭଞ୍ଜର ୨୧୬,ସୁନ୍ଦରଗଡର ୧୬୭, ଯାଜପୁରର ୧୪୨,ବରଗଡ ୧୪୧,ବାଲେଶ୍ବରର ୧୩୭,ନବରଙ୍ଗପୁରର ୧୧୪,ପୁରୀର ୧୦୯,ଜଗତସିଂପୁରର ୧୦୩, ସୋନପୁର ୧୦୩, କୋରାପୁଟର ୧୦୨, ଅନୁଗୁଳର ୧୦୧,ଢେଙ୍କାନାଳର ୯୮, କଳାହାଣ୍ଡିର ୯୭, ଝାରସୁଗୁଡା ୯୨, ସମ୍ବଲପୁରର ୯୧, କେନ୍ଦୁଝରର ୯୦, କନ୍ଧମାଳର ୮୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିଭଳି କେନ୍ଦ୍ରାପଡାର ୮୯, ଭଦ୍ରକର ୮୬, ମାଲକାନଗିରିର ୬୬, ବଲାଙ୍ଗିରର ୬୫, ବୌଦ୍ଧର ୬୧, ଗଞ୍ଜାମର ୫୬,ନୂଆପଡାର ୫୩, ରାୟଗଡାର ୫୧, ନୟାଗଡର ୪୨,ଦେବଗଡର ୧୬, ଗଜପତିର ୧୩, ଷ୍ଟେଟପୁଲର ୫୮୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ସ୍ବାସ୍ଥ୍ୟ ବିଭାଗ ଟ୍ବିଟ ଯୋଗେ ସୂଚନା ଦେଇଛି। ଏହି ସୁସ୍ଥମାନଙ୍କୁ ମିଶାଇ ରାଜ୍ୟରେ ୧,୭୦,୧୯୩ରେ ପହଞ୍ଚିଲା ସୁସ୍ଥ ସଂଖ୍ୟା ।