ଦେଶ ଓ ଦୁନିଆର ସବୁଠୁ ଅଧିକ ପ୍ରଶଂସିତ ବ୍ୟକ୍ତି ତାଲିକାରେ ସାମିଲ ହେଲେ ରତନ ଟାଟା, ସେଲିବ୍ରିଟି ଓ କ୍ରିକେଟରଙ୍କୁ ଦେଲେ ମାତ୍‌

ଦେଶ ଓ ଦୁନିଆର ସବୁଠୁ ପ୍ରଶଂସିତ ବ୍ୟକ୍ତି (Worlds Most Admired Men)ର ତାଲିକାରେ କେବଳ କ୍ରିକେଟର୍ସ, ନେତା ଓ ସେଲିବ୍ରିଟି ନୁହେଁ ବରଂ ଉଦ୍ୟୋଗପତି ମଧ୍ୟ ସାମିଲ ହୋଇଛନ୍ତି। YouGov ଦ୍ୱାରା ଆୟୋଜିତ ୨୦୨୦ ମସିହାରେ ଦୁନିଆର ‘ମୋଷ୍ଟ ଏଡମାୟର୍ଡ ମେନ୍‌’ ତାଲିକାରେ ଆମେରିକାର ପୂର୍ବ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ପରେ ମାଇକ୍ରୋସଫ୍ଟର ସଂସ୍ଥାପକ ବିଲ ଗେଟ୍ସ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ଭାରତରେ ମଧ୍ୟ ଉଦ୍ୟୋଗପତିମାନେ ବଲିଉଡ୍‌ ଷ୍ଟାର ଓ କ୍ରିକେଟରକୁ ପଛରେ ପକାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ରତନ ଟାଟା ଦେଶର ଦ୍ୱିତୀୟ ସର୍ବଶ୍ରେଷ୍ଠ ପ୍ରଶଂସିତ ବ୍ୟକ୍ତି ବନିଛନ୍ତି। ତାଲିକାରେ ତୃତୀୟ ସ୍ଥାନରେ ପୂର୍ବ କ୍ୟାପ୍‌ଟେନ୍‌ ମହେନ୍ଦ୍ର ସିଂହ ଧୋନି ଓ ଚତୁର୍ଥରେ ପୁଣିଥରେ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ ଗେଟ୍ସ ଅଛନ୍ତି।

virat

ବିଶ୍ୱସ୍ତରୀୟ ତାଲିକାରେ ୪ ଭାରତୀୟ ସାମିଲ:

୪ର୍ଥ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
୧୪ତମ- ଅମିତାଭ ବଚ୍ଚନ
୧୬ ତମ- ବିରାଟ କୋହଲି
୧୭- ଶାହରୁଖ ଖାନ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.