Below header

ସଂକ୍ରମଣରେ ଲାଗୁନି ବ୍ରେକ,ଭୁବନେଶ୍ବରରୁ ପୁଣି ୪୯ କରୋନା ଆକ୍ରାନ୍ତ ଚିହ୍ନଟ, ଲୋକାଲ କେସ୍ ୧୫

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀରେ କରୋନା ସଂକ୍ରମଣରେ  ଲାଗୁନି ବ୍ରେକ। ଆଜି ଭୁବନେଶ୍ବରରେ ୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ  କ୍ବାରେଣ୍ଟାଇନ କେସ ରହିଛି ୩୪ ଲୋକାଲ କେସ୍ ରହିଛି ୧୫।  ଟ୍ବିଟ ଯୋଗେ ସୂଚନା ଦେଲା ବିଏମସି।  ଏହି ଆକ୍ରାନ୍ତଙ୍କୁ  ମିଶାଇ ଭୁବନେଶ୍ବରରେ ପଜିଟିଭି ସଂଖ୍ୟା ପହଞ୍ଚିଲା ୧୨୩୧ରେ। ଏଥିରୁ ସୁସ୍ଥ ହୋଇଛନ୍ତି ୫୭୬ ଜଣ। ମୃତ୍ୟୁ ବରଣ କରିଛନ୍ତି ୧୧ ଜଣ। ବର୍ତ୍ତମାନ ୬୪୨ ଆକ୍ଟିଭ କେସ ରହିଛି ବୋଲି ସୂଚନା ଦେଇଛି ବିଏମସି

Image

କ୍ବାରେଣ୍ଟାଇନ କେସ ମଧ୍ୟରେ ଅଛନ୍ତି ଭରତପୁରର ଜଣେ ୨୪ ବର୍ଷୀୟ ପୁରୁଷ,  ୨୮ ବର୍ଷୀୟ ପୁରୁଷ ନିର୍ମାଣ କାମର କର୍ମଚାର, ଜାଗମରାର ୫୮ ବର୍ଷୀୟ ପୁରୁଷ, ପୁରୁଣା ଭୁବନେଶ୍ବରର ୨୭ ବର୍ଷୀୟା ମହିଳା, ୟୂନିଟ-୩ର ୨୯ ବର୍ଷୀୟା ମହିଳା,ୟୂନିଟ-୫ର ୪୭ ବର୍ଷୀୟ ପୁରୁଷ, ପୁରୁଣା ଭୁବନେଶ୍ବରର ୩୯ ବର୍ଷୀୟ ପୁରୁଷ, ଏକ ଘରୋଇ ମେଡିକାଲର ଆନ୍ଧ୍ର ଫେରନ୍ତା  ୨୧ ବଷୀୟ ପୁରୁଷ,୧୨ ବର୍ଷୀୟ ପୁରୁଷ, ୪୧ ବର୍ଷୀୟ ମହିଳା କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ଝାରପଡାର ୨୬ ବର୍ଷୀୟ ପୁରୁଷ, ୩୧ ବର୍ଷୀୟ ପୁରୁଷ , ବରମୁଣ୍ଡା ଜଗନ୍ନାଥ ବିହାରର ୩୨ ବର୍ଷୀୟ ପୁରୁଷ, ରସୁଲଗଡ ଜିଜିପି କଲୋନୀର ୪୫ ବର୍ଷୀୟ ପୁରୁଷ, ମଞ୍ଚେଶ୍ବର ୫୬,୩୪,୩୧,୨୮,୪୩ ବର୍ଷୀୟ ପୁରୁଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି  ସୁନ୍ଦରପଦାର ୩୮ ବର୍ଷୀୟ ପୁରୁଷ, ଚନ୍ଦ୍ରଶେଖରପୁର ବିଡିଏ କଲୋନୀର ୪୯ ବର୍ଷୀୟ ପୁରୁଷ, ସତ୍ୟନଗରର ୪୬ ବର୍ଷୀୟ ପୁରୁଷ, ମୈତ୍ରୀ ବିହାର ଏଲଆଇସି କଲୋନୀର  ୨୧ ବର୍ଷୀୟ ପୁରୁଷ,  କଳିଙ୍ଗନଗରର ୫୯ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Image

ଲୋକାଲ କେସରେ ବରମୁଣ୍ଡାର ୮ ବର୍ଷର ଶିଶୁ,ଗଙ୍ଗନଗର ଓୟୁଏଟି ହଷ୍ଟେଲ ନିକଟରୁ ୩୩ ବର୍ଷୀୟ ଯୁବକ, ଖାରବେଳ ନଗରର ୬୦ ୧ର୍ଷୀୟ ପୁରୁଷ,ଏଜି ଛକ ନିକଟ ସରକାରୀ ଅଫିସରୁ ୩୮ ୧ର୍ଷୀୟ ପୁରୁଷ,ୟୂନିଟ-୩ର ୫୬ ବର୍ଷୀୟ ପୁରୁଷ, ବିଜେବି ନଗରର ୪୦ ବର୍ଷୀୟ ପୁରୁଷ, ପୋଖରୀପୁଟର ୨୦ ବର୍ଷୀୟ ପୁରୁଷ ଲକ୍ଷ୍ମୀସାଗରର ୨୪ ବର୍ଷୀୟ ପୁରୁଷ,ଖଣ୍ଡଗିରି ବିକାଶ ସ୍କୁଲ ନିକଟରୁ ୪୬ ବର୍ଷୀୟ ପୁରୁଷ, ନୟାପଲ୍ଲୀ ମହିମା ଢାବା ନିକଟରୁ ୨୫ ବର୍ଷୀୟ ଯୁବକ, ଭରତପୁରରୁ ୩୭ ବର୍ଷୀୟ ପୁରୁଷ,ଖଣ୍ଡଗରିର ପିଜା ସପ୍ ନିକଟ ୬୯ ବର୍ଷୀୟ ପୁରୁଷ, ନୟାପଲ୍ଲୀ ନୂଆସାହିର ୬୦ ବର୍ଷୀୟ ପୁରୁଷ,ଟଙ୍କପାଣି ରୋଡର ୫୧ ବର୍ଷୀୟ ପୁରୁଷ, ପୋଖରିପୁଟ କୋକିଳ ବିହାରରୁ ୨୨ ବର୍ଷୀୟ ମହିଳା କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.