୩୦ ଟଙ୍କା ନ ଦେଇପାରିବାରୁ ଛୋଟ ଶିଶୁ ହାତରେ ଟଣାଇଲେ ଷ୍ଟ୍ରେଚର, ଭାଇରଲ ହେଉଛି ଭିଡିଓ

କେନ୍ଦ୍ର ଓ ରାଜ୍ୟ ସରକାର ଗରିବଙ୍କ ପାଇଁ ଭଲ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି ବୋଲି ଡିଣ୍ଡମ ପିଟୁଛନ୍ତି। ହେଲେ ସେସବୁ ଯୋଜନା କେବଳ କାଗଜ କଲମରେ ହେଉ ଅବା ବାଟବଣା ହେବାରେ ଲାଗିଛି। କିନ୍ତୁ କରୋନା କାଳରେ ଏପରି ଏକ ଦୃଶ୍ୟ ସାମ୍ନାକୁ ଆସିଛି, ଯାହା ଆପଣଙ୍କୁ ମର୍ମାହତ କରିଦେବ। ଯେଉଁଠି ହସପିଟାଲରେ ଡାକ୍ତର, କର୍ମଚାରୀ ଏବଂ ନର୍ସ ଦିନରାତି ଏକ କରି ଜୀବନକୁ ବାଜି ଲଗାଇ ରୋଗୀଙ୍କ ସେବା କରୁଛନ୍ତି। ଆଉ କେଉଁଠି ହସପିଟାଲ କର୍ମଚାରୀଙ୍କ ଲାଞ୍ଚଖୋର ମନୋବୃତ୍ତି ଯୋଗୁଁ ରୋଗୀ ହଇରାଣ ହେଉଛନ୍ତି। ଏପରି ଏକ ଘଟଣା ଉତ୍ତର ପ୍ରଦେଶର ଦେଓରିୟା ଜିଲ୍ଲାରେ ଦେଖିବାକୁ ମିଳିଛି । ସେଠିକାର ଜିଲ୍ଲା ହସ୍ପିଟାଲରେ କିଭଳି ଭାବରେ ରୋଗୀଙ୍କଠାରୁ ଲାଞ୍ଚ ନିଆଯାଇ କାମ ହେଉଛି ତାହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓରେ ୬ ବର୍ଷର ଏକ ଶିଶୁ ଷ୍ଟେ୍ରଚରକୁ ଠେଲି ଠେଲି ରୋଗୀକୁ ନେଇଯାଉଥିବାର ଦେଖିବାକୁ ମିଳୁଛି।

boy

ଦେବରିୟାର ବରହଜ୍ ଅଞ୍ଚଳରେ ଗୋରା ଗାଁ ନିବାସୀ ଛେଦି ଯାଦବ ଗତ କିଛି ଦିନ ତଳେ ଏକ ସଂଘର୍ଷ ଘଟଣାରେ ଆହତ ହୋଇଯାଇଥିଲେ। ତାଙ୍କୁ ଦେବରିୟା ଜିଲ୍ଲା ହସ୍ପିଟାଲର ସର୍ଜିକାଲ ଓ୍ବାର୍ଡରେ ଭର୍ତ୍ତି କରାଯାଇଛି। ତାଙ୍କୁ ଡ୍ରେସିଂ ପାଇଁ ମଝିରେ ମଝିରେ ଡ୍ରେସିଂ ରୁମ୍ ଯିବାକୁ ପଡିଥାଏ। ହସ୍ପିଟାଲ କର୍ମଚାରୀ ବହୁବାର ଷ୍ଟେ୍ରଚର ପାଇଁ ୩୦ ଟଙ୍କା ମାଗନ୍ତି। ପରିବାରର ସ୍ଥିତି ବାରମ୍ବାର ଏତେ ଟଙ୍କା ଦେବାର ନଥିଲା। ଏଭଳି ସ୍ଥିତିରେ ସେ ଦେବାକୁ ମନା କରିଦେଇଥିଲେ। ଏନେଇ ହସ୍ପିଟାଲ କର୍ମଚାରୀ ଛେଦିଙ୍କୁ ଡ୍ରେସିଂ ପାଇଁ ନେଇଯିବାକୁ ମନା କରିଦେଇଥିଲେ।

video courtesy : ‘ Live Hindustan ‘

ସେମାନେ କହିଥିଲେ, ଯଦି ୩୦ ଟଙ୍କା ଦେଇପାରିବନି ତେବେ ରୋଗୀକୁ ନିଜେ ଡ୍ରେସିଂ ରୁମ୍ ନେଇ ଯାଆନ୍ତୁ। ସେତେବେଳେ ବିନ୍ଦୁ ନିଜର ୬ ବର୍ଷର ପୁଅ ଶିବମ ଯାଦବର ସାହାଯ୍ୟରେ ନିଜ ବାପାଙ୍କୁ ଡ୍ରେସିଂ ରୁମ ପର୍ଯ୍ୟନ୍ତ ନେଇଯାଇଥିଲେ। ଏହି ସମୟରେ କେହି ଜଣେ ବ୍ୟକ୍ତି ଏହାର ଭିଡିଓ ତିଆରି କରି ସୋସିଆଲ ମିଡିଆରେ ସେୟାର କରିବା ପରେ ତାହା ଭାଇରାଲ ହୋଇଯାଇଛି। ଏହାର ତଦନ୍ତ କରିବା ପାଇଁ ସୋମବାର ଜିଲ୍ଲାପାଳ ସଦର ହସ୍ପିଟାଲରେ ପହଞ୍ଚି ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.