ରାଜ୍ୟରେ ଆଜି ଆଉ ୫୨୩ କରୋନା ଆକ୍ରାନ୍ତ ସୁସ୍ଥ , ୩ ଲକ୍ଷ ୧୬ ହଜାର ପାର କଲା ସୁସ୍ଥ ସଂଖ୍ୟା

କେନ୍ୟୁଜ୍(ବ୍ୟୁରୋ): ଆଜି ରାଜ୍ୟରେ  ୫୨୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି  । ଆଜିର ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୧୬ ହଜାର ୯୭୦କୁ ବୃଦ୍ଧି ପାଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ଓ  ପରିବାର  କଲ୍ୟାଣ  ବିଭାଗ।


ଆଜି ସୁସ୍ଥଙ୍କ ମଧ୍ୟରେ  ବଲାଙ୍ଗୀର ଜିଲ୍ଲାରୁ ସର୍ବାଧିକ ୫୫ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲାରୁ ୫୨ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୧ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୪୭ ଜଣ, କଟକ ଜିଲ୍ଲାରୁ ୪୫ ଜଣ, ଅନୁଗୁଳ ଜିଲ୍ଲାରୁ ୩୨ ଜଣ, ଯାଜପୁର ଜିଲ୍ଲାରୁ ୨୯ ଜଣ, ବାଲେଶ୍ୱର ଜିଲ୍ଲାରୁ ୨୬ ଜଣ, ବରଗଡ଼, ନୂଆପଡ଼ା ଜିଲ୍ଲାରୁ ୨୪ ଜଣ ଲେଖାଏଁ ଓ ଜଗତସିଂହପୁର ଜିଲ୍ଲାରୁ ୨୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିଭଳି ସମ୍ବଲପୁର ଜିଲ୍ଲାରୁ ୧୬ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୪ ଜଣ, ପୁରୀ ଜିଲ୍ଲାରୁ ୧୩ ଜଣ, ଗଂଜାମ, କେନ୍ଦୁଝର, ରାୟଗଡ଼ା ଜିଲ୍ଲାରୁ ୯ ଜଣ ଲେଖାଏଁ, କେରାପୁଟ ଜିଲ୍ଲାରୁ ୮ ଜଣ, ନୟାଗଡ଼ ଜିଲ୍ଲାରୁ ୭ ଜଣ, ଭଦ୍ରକ, କଳାହାଣ୍ଡି ଜିଲ୍ଲାରୁ ୬ ଜଣ ଲେଖାଏଁ, ଝାରସୁଗୁଡ଼ା, ମାଲକାନଗିରି ଜିଲ୍ଲାରୁ ୩-୩ ଜଣ, ଢେଙ୍କାନାଳ, ନବରଂଗପୁର ଜିଲ୍ଲାରୁ ୨ ଜଣ ଲେଖାଏଁ, ଦେବଗଡ଼ ଜିଲ୍ଲାରୁ ଜଣେ ଓ ରାଜ୍ୟପୁଲରୁ ୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.