ଓଡିଶାରେ ଆଉ ୬୭ ନୂଆ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ୧୭୦କୁ ବୃଦ୍ଧି

କେନ୍ୟୁଜ୍(ବ୍ୟୁରୋ): ଚିନ୍ତା ବଢାଉଛି ଓମିକ୍ରନା। ରାଜ୍ୟରେ ବଢୁଛି ଓମିକ୍ରନ୍ କେସ୍ । ଆଉ ୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ କେହି ବିଦେଶ ଫେରନ୍ତା ନାହାନ୍ତି । ଜିନ୍ମ ସିକ୍ୱେଏନ୍ସିଂ ପରେ ଓମିକ୍ରନ ଚିହ୍ନଟ ନେଇ ଆଇଏଲଏସ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଯାଇଛି।
ଆଜିର ନୂଆ ମାମଲାକୁ ମିଶାଇ ରାଜ୍ୟରେ ନୂଆ ଭାରିଆଣ୍ଟ କେସ୍ ୧୭୦କୁ ବୃଦ୍ଧି ପାଇଛି । ଜାନୁଆରୀ ମାସ ଆରମ୍ଭରୁ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି ।
ସେହିପରି ରାଜ୍ୟରେ ୨୪ ଘଣ୍ଟାରେ ଆଉ ୮ ହଜାର ୭୭୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତକାଲି ସଂକ୍ରମିତ ହୋଇଥିଲେ ୭ ହଜାର ୭୧ ଜଣ । ମୋଟ ପଜିଟିଭିଟି ରେଟ୍ ରହିଛି ୧୧.୭୬ ପ୍ରତିଶତ । ଗତକାଲି ପଜିଟିଭିଟି ରେଟ୍ ଥିଲା ୧୦.୨୪ ପ୍ରତିଶତ । ଖୋର୍ଦ୍ଧାରୁ ସର୍ବାଧିକ ୨ହଜାର ୬୧୫ ନୂଆ କେସ୍ ରହିଛି । ଯାହା ମୋଟ ଆକ୍ରାନ୍ତଙ୍କ ୨୯.୭୯ ପ୍ରତିଶତ । ଆଜି ୧୭ ଟି ଜିଲ୍ଲାରେ ୧୦୦ ଉପରେ ରହିଛି ସଂକ୍ରମଣ ।
ଗତକାଲି ରାଜ୍ୟରେ ୨୭ ହଜାର ୨୧୬ ଆକ୍ଟିଭ୍ କେସ୍ ରହିଥିବା ବେଳେ ଆଜି ୩୫ ହଜାର ୨୪୨ ଆକ୍ଟିଭ୍ କେସ୍ ରହିଛି । ଫେବ୍ରୁଆରୀ ଓ ମାର୍ଚ୍ଚ ଯାଏ କରୋନାର ଏମିତି ସ୍ଥିତି ରହିବ । ଦୁଇ ମାସ ବେଶ ଗୁରୁତ୍ୱପୂର୍ଣ୍ଣ । କରୋନା ସଂକ୍ରମଣ ବଢିକି ରହିବ । ୪ରୁ ୫ଟି ଜିଲ୍ଲାରେ ଟିପିଆର୍ ଅଧିକ ରହିଛି । ରୋଗୀଙ୍କ ସଂଖ୍ୟା ଦେଖି ବେଡ୍ ସଂଖ୍ୟା ବଢାଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ।