ଥଣ୍ଡାରୁ ମୁକ୍ତି ଦେବା ସହ ଇମ୍ୟୁନିଟି ବଢ଼ାଇବ ତୁଳସୀ ଜୁଆଣି ଚା’, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ଶୀତଦିନେ ଚା’ ପିଇବାର ମଜା ଅଲଗା। ଆଉ ଏବେ ମହାମାରୀ ସମୟରେ ଯଦି ଚା’ସହ ଇମ୍ୟୁନିଟି ବି ବଢ଼ିବ ତେବେ ତାହା ସୋନେ ପେ ସୁହାଗା ଭଳି ହେବ। ସାଧାରଣ ଚା’ ତ ଆପଣ ସବୁବେଳେ ପିଉଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଇମ୍ୟୁନିଟି ପାୱାର ବଢ଼ାଇବା ଭଳି ଏକ ଚା’ ବିଷୟରେ କହିବୁ ଯାହା ବର୍ତ୍ତମାନର କରୋନା କାଳରେ ଆପଣଙ୍କୁ ସୁସ୍ଥ ଓ ଆକ୍ଟିଭ ରଖିବ। ତେବେ ଆସନ୍ତୁ ଜାଣିବା ରୋଗ ପ୍ରତିରୋଧ ବଢ଼ାଉଥିବା ଚା ତୁଳସୀ ଜୁଆଣି ଚା’ ବିଷୟରେ…

ଆବଶ୍ୟକୀୟ ଉପକରଣ:
୨ କପ୍ କ୍ଷୀର, ୧ କପ୍ ପାଣି, ୮-୧୦ ତୁଳସୀ ପତ୍ର, ୧ ଚାମଚ ଜୁଆଣି, ୨ ଚାମଚ ଚା’ ପତି, ସ୍ୱାଦ ଅନୁସାରେ ଚିନି

ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଏକ ପ୍ୟାନରେ ପାଣି ଗରମ କରନ୍ତୁ। ପାଣି ଗରମ ହୋଇଗଲେ ସେଥିରେ ତୁଳସୀ ପତ୍ର, ଜୁଆଣି ଓ ଚା’ ପତି ପକାଇ ୨ ମିନିଟ ଫୁଟାନ୍ତୁ। ଏବେ ଏଥିରେ କ୍ଷୀର ଓ ଚିନି ପକାଇ ଆଉ ୨ ମିନିଟ ଫୁଟାନ୍ତୁ। ଚା’ ଫୁଟି ଆସିଲେ କପରେ ଛାଣି ସର୍ଭ କରନ୍ତୁ ତୁଳସୀ ଜୁଆଣି ଚା’।