Below header

ହାତୀ ମଡ଼କ ପାଲଟିଛି କର୍ଲାପାଟ ଅଭୟାରଣ୍ୟ: ଆଜି ପୁଣି ଗୋଟିଏ ମାଈ ହାତୀ ମୃତ, ୧୪ ଦିନରେ ଗଲାଣି ୬ ହାତୀଙ୍କ ଜୀବନ

କଳାହାଣ୍ଡି(କେନ୍ୟୁଜ୍): ବଢ଼ିଲା ଗଜରାଜ ଚିନ୍ତା। କଳାହାଣ୍ଡିରେ ୧୪ ଦିନରେ ଗଲାଣି ୬ ହାତୀଙ୍କ ଜୀବନ। ସେଫ୍ଟି ‌ ସେମିଆରୁ ଯାଉଛି ହାତୀଙ୍କ ପ୍ରାଣ। ଭୁବନେଶ୍ୱର ଲ୍ୟାବକୁ ପଠାଯାଇଥିବା ରିପୋର୍ଟରୁ ଜଣାପଡିଛି। ଆଗକୁ ସଂକ୍ରମଣ ନ ବ୍ୟାପିବାକୁ ହାତୀଙ୍କୁ ଭ୍ୟାକସିନ୍‌ ଦେବାକୁ ଯୋଜନା କରୁଛି ବନ ବିଭାଗ। ଭୁବନେଶ୍ୱର OUATରୁ ଦୁଇ ଜଣିଆ ମେଡିକାଲ ଏକ୍ସପର୍ଟ ଟିମ୍‌ କଳାହାଣ୍ଡିରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। କଳାହାଣ୍ଡି କର୍ଲାପାଟ ରିଜର୍ଭ ଫରେଷ୍ଟରେ ୧୪ଦିନରେ ୬ଟି ହାତୀ ମୃତ୍ୟୁବରଣ କଲେଣି ।

ଆଜି ପୁଣି ଏକ ମାଇ ହାତୀର ମୃତ୍ୟୁ ହୋଇଛି। କଳାହାଣ୍ଡି RCCF ସୁଦୀପ୍ତ ଦାସ େନେଇ ସୂଚନା ଦେଇଛନ୍ତି। ଶୁକ୍ରବାର ଘୁଷୁରୀଗୁଡ଼ି ନିକଟରେ ଗୋଟିଏ ୪୫ ବର୍ଷୀୟ ହାତୀର ମୃତ୍ୟୁ ହୋଇଥିଲା । ଗତକାଲି ତାର ଛୁଆର ମୃତ୍ୟୁ ହୋଇଥିଲା । ପୂର୍ବରୁ ମୃତ୍ୟୁ ଘଟିଥିବା ହାତୀ ବାକ୍ଟେରିଏଲ୍‌ ସେପଟି‌ ସିମିଆରେ ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.