Below header

କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଶୁଙ୍ଘି ଚିହ୍ନଟ କରିବ ଜର୍ମାନ ସ୍ନିଫର ଡଗ୍‌, ଦିଆଯାଉଛି ଟ୍ରେନିଂ, ଆକ୍ୟୁରେସୀ ରେଟ୍‌ ୯୪ ପ୍ରତିଶତ

ସାରା ବିଶ୍ୱରେ କରୋନାକୁ ମାତ୍‌ ଦେବା ପାଇଁ କେତେ ପ୍ରକାରର ତରିକା ଆପଣା ଯାଉଛି। ଜର୍ମାନୀର ଏକ ଭେଟନାରୀ କ୍ଲିନିକ୍‌ ଲୋକଙ୍କ ଲାଳ ନମୁନାରୁ କରୋନା ଭାଇରସ୍‌ ଚିହ୍ନଟ କରିବା ପାଇଁ ସ୍ନିଫର ଡଗ୍ସଙ୍କୁ ଟ୍ରେଣ୍ଡ କରୁଛି। ଏହା ଦାବି କରେ କି, ଭାଇରସ୍‌ ଚିହ୍ନଟ କରିବାରେ କୁକୁରର ଆକ୍ୟୁରେସୀ ରେଟ୍‌ ବା ନିର୍ଭୁଲତା ୯୪ ପ୍ରତିଶତ। କ୍ଲିନିକ୍‌ ପକ୍ଷରୁ କୁହାଯାଇଛି, ଏହି କୁକୁରମାନଙ୍କୁ ସଂକ୍ରମିତ ଲୋକଙ୍କ କୋଶିକାରୁ ଆସୁଥିବା ‘କରୋନା ଗନ୍ଧ’କୁ ଶୁଙ୍ଘିବା ପାଇଁ ଟ୍ରେଣ୍ଡ କରାଯାଉଛି। ହାନୋଭର୍‌ର ଦ ୟୁନିଭର୍ସିଟି ଅଫ୍‌ ଭେଟେନାରୀ ସାଇନ୍ସରେ ୩ ବର୍ଷର ବେଲ୍‌ଜିୟନ ଶେଫର୍ଡ ଫଲୋ ଏବଂ ବର୍ଷକର କକର୍‌ ସ୍ପେନିୟଲ ଜୋ କକର୍‌କୁ ଏ ନେଇ ପ୍ରଶିକ୍ଷଣ ଦିଆଯାଇଛି।

ସଂକ୍ରମିତ ଏବଂ ବିନା ସଂକ୍ରମିତ ଲୋକଙ୍କୁ ଚିହ୍ନିବାରେ ସକ୍ଷମ

ଭେଟେନାରୀ କ୍ଲିନିକ୍‌ ମୁଖ୍ୟଙ୍କ କହିବା ହେଲା, କୋଭିଡ୍‌ ପଜିଟିଭ୍‌ ରୋଗୀଙ୍କ ନମୁନା ଶୁଙ୍ଘୁଥିବା କୁକୁରଙ୍କୁ ନେଇ ଆମେ ଏକ ଷ୍ଟଡି କରିଥିଲୁ। ଏହି ଷ୍ଟଡିରେ ୯୪ ପ୍ରତିଶତ ସମ୍ଭାବନା ମିଳିପାରିଲା କି, କୁକୁରମାନେ ଭାଇରସ୍‌ ଶୁଙ୍ଘି ପତ୍ତା ଲଗାଇ ପାରିବେ। କୁକୁର ବାସ୍ତବରେ ସଂକ୍ରମିତ ଏବଂ ବିନା ସଂକ୍ରମିତ ଲୋକଙ୍କୁ ଶୁଙ୍ଘି ଚିହ୍ନଟ କରିପାରିବେ।

ଏୟାରପୋର୍ଟରେ ସଂକ୍ରମଣ ଚିହ୍ନଟ ପାଇଁ କୁକୁରକୁ ବ୍ୟବହାର

ହାନୋଭରରେ ସ୍ନିଫର ଡଗ୍‌କୁ କନ୍‌ସର୍ଟରେ ଭାଗ ନେଉଥିବା ଲୋକଙ୍କ ଫିଜିବିଲିଟି ଟେଷ୍ଟ ପାଇଁ ବ୍ୟବହାର କରାଯାଇଥିଲା। ଗତ ସେପ୍ଟେମ୍ବରରେ ଫିନଲାଣ୍ଡରେ ପାଇଲଟ୍‌ ପ୍ରୋଜେକ୍ଟ ଭାବେ ହେଲ୍‌ସିଙ୍କି, ଭାନ୍ତା ଏୟାରପୋର୍ଟରେ ଯାତ୍ରୀମାନଙ୍କଠାରେ କରୋନା ଭାଇରାସ୍‌ ଚିହ୍ନଟ ପାଇଁ କୁକୁରକୁ ବ୍ୟବହାର କରାଯାଇଥିଲା। ସେହିପରି ଚିଲିର ସାଣ୍ଟିୟାଗୋ ଅନ୍ତର୍ଜାତୀୟ ଏୟାରପୋର୍ଟରେ କେନାଇନ ଡିଟେକ୍ଟର୍ସଙ୍କୁ ବ୍ୟବହାରରେ ଲଗାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.