Below header

ଯାଜପୁର: ୭ ମାସ ବିତିଗଲା ପିହୁର ନିଖୋଜ ଘଟଣା, ଖୋଜିବା ପାଇଁ ପୋଷ୍ଟର ମାରିଲା ଓ ପୋଖରୀକୁ ଶୁଖାଇଦେଲା ପୋଲିସ

ଯାଜପୁର(କେନ୍ୟୁଜ୍): ଯାଜପୁର ଜିଲା ବିଂଝାରପୁର ଥାନା ମଧୁସୁଦନପୁର ଗାଁରୁ ଶିଶୁ କନ୍ଯା ପିହୁ ନିଖୋଜ ହେବା ଘଟଣାକୁ ୭ ମାସ ବିତିଯାଇଥିଲେ ମଧ୍ୟ ଏଯାବତ ପୋଲିସ କୌଣସି ସୁରାକ ପାଇପାରିନାହିଁ । ଏହାର ପ୍ରତିବାଦରେ ଆସନ୍ତା ୨୫ ତାରିଖରୁ ବିଧାନସଭା ଆଗରେ ଧାରଣା ଦେବାକୁ ପିହୁର ବାପା ମା’ ଚେତାବନୀ ଦେବା ପରେ ପୋଲିସର ତତ୍ପରତା ବୃଦ୍ଧି ପାଇଛି । ଆଜି ମଧୁସୁଦନପୁର ଗାଁରେ ଗୋଟିଏ ପୋଖରୀକୁ ଶୁଖାଇ ପିହୁକୁ ଖୋଜିବା କାର୍ଯ୍ଯରେ ଲାଗିଛି ପୋଲିସ । ଏଥିସହିତ ପିହୁ ସଂପର୍କରେ ସୂଚନା ଦାତାକୁ ୨୦ ହଜାର ଟଙ୍କା ପ୍ରଦାନ କରାଯିବାକୁ ପୋଷ୍ଟର ମାରିଛି ବିଂଝାରପୁର ପୋଲିସ ।

pihu 1

ଗତକାଲି ଯାଜପୁର ଏସପି ରାହୁଲ ପି ଆର ବିଂଝାରପୁର ଅଂଚଳ ଗସ୍ତ କରି ପିହୁ ନିଖୋଜ ଘଟଣାର ତଦନ୍ତ କରିବା ପାଇଁ ଏକ ସ୍‌ୱତନ୍ତ୍ର ଟିମ୍‌ ଗଠନ କରିଥିଲେ । ସେପଟେ ପୋଲିସର ତଦନ୍ତ ପ୍ରକ୍ରିୟାକୁ ନାପସନ୍ଦ କରିଛନ୍ତି ପିହୁର ପରିବାର ଲୋକେ । ବାରମ୍ବାର ପିହୁକୁ ଅପହରଣ କରାଯାଇଥିବା ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଏଥିପ୍ରତି କୌଣସି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି । ଅନ୍ଯପଟେ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.