୯ ତାରିଖରେ ଆସୁଛି ଆଉ ଏକ ଲଘୁଚାପ, ଆନ୍ଧ୍ର-ଓଡ଼ିଶା ଉପକୂଳରେ ପକାଇବ ପ୍ରଭାବ

ଭୁବନେଶ୍ୱର: ୯ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ ବଳୟ । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନକୁ ନେଇ ଅନୁଧ୍ୟାନ ଆରମ୍ଭ ହୋଇଯାଇଛି । ସମ୍ଭାବ୍ୟ ଲଘୁଚାପ ଡିପ୍ରେସନର ରୂପ ନେବ ବୋଲି ଆଇଏମଡି କହିଥିବା ବେଳେ ନୂଆଦିଲ୍ଲୀ ସ୍ଥିତ ବାତ୍ୟା ସମ୍ପର୍କିତ ସ୍ୱତନ୍ତ୍ର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ କୁହାଯାଇଛିକି, ଆଗାମୀ ୯୬-୧୨୦ ଘଣ୍ଟା ଭିତରେ ବାତ୍ୟାର ସମ୍ଭାବନା ଖୁବ କ୍ଷୀଣ ରହିଛି । ଆମେରିକା ପାଣିପାଗ ସଂସ୍ଥା ଆକ୍ୟୁ ଓ୍ଵିଦର କହିଛି, ଆନ୍ଧ୍ର-ଓଡ଼ିଶା ଉପକୂଳରେ ପ୍ରଭାବ ପକାଇବା ବେଳେ ଲଘୁଚାପ ବଳୟ ଅବପାତ କିମ୍ବା ବାତ୍ୟାର ରୂପ ନେଇପାରେ ।