ରାଜଧାନୀରେ ପୁଣି ଗନ୍ ଡିଲ୍, କମିଶନରେଟ୍ ପୋଲିସ ହାତରେ ଧରା ପଡିଲେ ୨ ବେପାରୀ

ଭୁବନେଶ୍ୱର: ରାଜଧାନୀରେ ପୁଣି ଆଉ ଏକ ଗନ୍ ଡିଲ୍ ଘଟଣା ପଦାକୁ ଆସିଛି । କାରବାର ଅଭିଯୋଗରେ ପୋଲିସ ହାତରେ ଧରା ପଡିଲେ ୨ ବେପାରୀ । ଖଣ୍ଡିଗିରି ଅଞ୍ଚଳରୁ ୨ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ଜବତ କରାଯାଇଛି। ଏହି ଦୁଇ ବେପାରୀ ଜଟଣୀରୁ ଚନ୍ଦ୍ରଶେଖରପୁରକୁ ବନ୍ଧୁକ ଡିଲ୍ ପାଇଁ ଯାଉଥିବାବେଳେ ସେମାନଙ୍କୁ ପୋଲିସ ଗିରଫ କରିଥିଲା।