ସୁରେଖା ପଲେଇ ହତ୍ୟା ମାମଲାରେ ତନାଘନା କରୁଛି ସାଇଣ୍ଟିଫିକ୍‌ ଟିମ୍‌ , ଯୁବତୀଙ୍କ ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ଭରତପୁର ତାରିଣୀ ବସ୍ତିରେ ସୁରେଖା ପଲେଇ ହତ୍ୟା ମାମଲାରେ ତନାଘନା କରୁଛି ସାଇଣ୍ଟିଫିକ୍‌ ଟିମ୍‌। ଅଧିକ ସୁରାକ ପାଇଁ ଘଟଣାସ୍ଥଳରେ ପହଞ୍ଚିଛି ସାଇଣ୍ଟିଫିକ୍‌ ଟିମ୍‌। ସାଙ୍ଗରେ ଅଛନ୍ତି ଏମ୍‌ସର ୫ଜଣିଆ ଡାକ୍ତରୀ ଦଳ। ଗତ ୯ ତାରିଖ ରାତିରେ ଭରତପୁର ତାରିଣୀ ବସ୍ତିରେ ସୁରେଖା, ତାଙ୍କ ପୁରୁଷ ବନ୍ଧୁ ଓ କିଛି ଯୁବକ ଭୋଜି କରିଥିଲେ । ପର ଦିନ ଭଡ଼ା ଘରୁ ସୁରେଖାଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ସୁରେଖା ପ୍ରାୟ ଏକ ବର୍ଷ ହେବ ଏଠାରେ ଘର ଭଡ଼ା ନେଇ ରହୁଥିଲେ । ତାଙ୍କ ସାମ୍ନା ଘରେ ପୁରୁଷ ବନ୍ଧୁ ଛୋଟୁ ମଧ୍ୟ ରହୁଥିଲେ । ତେବେ ସୁରେଖାଙ୍କ ମୃତ୍ୟୁ କେମିତି ହେଲା ତାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.