କିସ୍ ପିଲାଙ୍କ ପାଇଁ ନାଗପୁରରୁ ପହଞ୍ଚିଲା ଦ୍ଵିତୀୟ ଟ୍ରକ କମଳା

କିସ୍ ପିଲାଙ୍କ ପାଇଁ ନାଗପୁରରୁ ପହଞ୍ଚିଲା ଦ୍ଵିତୀୟ ଟ୍ରକ କମଳା। ନାଗପୁରରୁ ଏକ ସ୍ୱତନ୍ତ୍ର ଗାଡ଼ିରେ ୧୬ଟନ କମଳା କିସରେ ଆସି ପହଞ୍ଚିଛି।

କିସ୍ ପିଲାଙ୍କ ପାଇଁ ନାଗପୁରରୁ ପହଞ୍ଚିଲା ଦ୍ଵିତୀୟ ଟ୍ରକ କମଳା। ନାଗପୁରରୁ ଏକ ସ୍ୱତନ୍ତ୍ର ଗାଡ଼ିରେ ୧୬ଟନ କମଳା କିସରେ ଆସି ପହଞ୍ଚିଛି। କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କିସ୍ ପିଲାଙ୍କ ପାଇଁ ପ୍ରତିବର୍ଷ ଋତୁ ଅନୁସାରେ ବିଭିନ୍ନ ଫଳ ଦେଶର ବିଭିନ୍ନ ସ୍ଥାନରୁ ଆଣି ପିଲାଙ୍କୁ ଦେଇଥାନ୍ତି। ଏବେ ଶୀତଋତୁ ହୋଇଥିବାରୁ ଏହାକୁ ଆଖି ଆଗରେ ରଖି ଡ. ସାମନ୍ତ କମଳା ମଗାଇଛନ୍ତି। ଏହି କମଳା କିସରେ ଥିବା ୩୦ ହଜାର ପିଲାଙ୍କୁ ଦିଆଯିବ।

କିସ୍ ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିଷ୍ଠାତା ଡ. ସାମନ୍ତ ସବୁବେଳେ ପ୍ରାଥମିକତା ଦେଇଥାନ୍ତି। ସେମାନଙ୍କୁ ପ୍ରତିଦିନ ପୁଷ୍ଟିକର ଖାଦ୍ୟ ଦିଆଯିବା ସହ ଡ. ସାମନ୍ତ ସେମାନଙ୍କ ପାଇଁ କମଳା ବ୍ୟତୀତ ସମୟକୁ ନେଇ ଅନ୍ୟାନ୍ୟ ଫଳ ମଧ୍ୟ ମଗାଇଥାନ୍ତି। ପିଲାମାନେ ମଧ୍ୟ ବିଭିନ୍ନ ଋତୁରେ ଭିନ୍ନ ଭିନ୍ନ ଫଳ ଖାଇବାର ମଜା ନେଇଥାନ୍ତି। ପୂର୍ବରୁ ଡିସେମ୍ବର ମାସରେ ମଧ୍ୟ ୧୬ ଟନ କମଳା କିସ ପାଇଁ ଆଣିଥିଲେ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.