ଅପହୃତ ଜାହାଜରେ ପହଞ୍ଚିଲେ ନୌସେନାର କମାଣ୍ଡୋ, ୧୫ ଭାରତୀୟଙ୍କୁ ବଞ୍ଚାଇବା ପାଇଁ ଅପରେସନ ଜାରି

ଭାରତୀୟ ନୌସେନାର ଯୁଦ୍ଧପୋତ ‘ଆଇଏନ୍‌ଏସ୍‌ ଚେନ୍ନାଇ’ ସୋମାଲିଆ ଉପୂକଳ ନିକଟରେ ଅପହୃତ ହୋଇଥିବା ଜାହାଜ ପାଖରେ ପହଞ୍ଚିଯାଇଛି। ଭାରତୀୟ ନୌସେନା ସାମୁଦ୍ରିକ ଡାକୁମାନଙ୍କୁ ହାଇଜ୍ୟାକ୍‌ ଜାହାଜକୁ ଛାଡ଼ିବା ପାଇଁ ଚେତାବନୀ ଜାରି କରିଛି।

ଭାରତୀୟ ନୌସେନାର ଯୁଦ୍ଧପୋତ ‘ଆଇଏନ୍‌ଏସ୍‌ ଚେନ୍ନାଇ’ ସୋମାଲିଆ ଉପୂକଳ ନିକଟରେ ଅପହୃତ ହୋଇଥିବା ଜାହାଜ ପାଖରେ ପହଞ୍ଚିଯାଇଛି। ଭାରତୀୟ ନୌସେନା ସାମୁଦ୍ରିକ ଡାକୁମାନଙ୍କୁ ହାଇଜ୍ୟାକ୍‌ ଜାହାଜକୁ ଛାଡ଼ିବା ପାଇଁ ଚେତାବନୀ ଜାରି କରିଛି।

ସୈନ୍ୟ ଅଧିକାରୀମାନେ କହିଛନ୍ତି, ଜାହାଜରେ ଥିବା ୧୫ ଭାରତୀୟ ସୁରକ୍ଷିତ ଅଛନ୍ତି। କମାଣ୍ଡୋମାନେ ଜାହାଜ ଉପରେ ଓହ୍ଲାଇ ସାରିଛନ୍ତି। ମେରାଇନ୍‌ କମାଣ୍ଡୋ ଅପରେସନ ଆରମ୍ଭ କରିଦେଇଛନ୍ତି।

ଭାରତୀୟ ଯୁଦ୍ଧପୋତ ଆଇଏନ୍‌ଏସ୍‌ ଚେନ୍ନାଇ ଅପରାହ୍ନ ୩ଟା ୧୫ରେ ଏମ୍‌ଭି ଲୀଲାକୁ ଅଟକାଇଥିଲା। କ୍ରମାଗତ ଭାବରେ ଭାରତୀୟ ନୌସେନା ସାମୁଦ୍ରିକ ପାଟ୍ରୋଲିଂ ବିମାନ ଏବଂ ଡ୍ରୋନ୍ ଜରିଆରେ ଆରବ ସାଗରରେ ନଜର ରଖିଛି। ନୌସେନା କହିଛି ଯେ ‘ଆମେ କ୍ରମାଗତ ଭାବରେ ଏମ୍‌ପିଏ, ପ୍ରିଡେଟର, MQ9B ଏବଂ ଇଣ୍ଟିଗ୍ରାଲ୍ ହେଲୋ ମାଧ୍ୟମରେ ଜାହାଜ ଉପରେ ନଜର ରଖିଛୁ’।

ମାଲବାହୀ ଜାହାଜ ‘ଏମଭି ଲୀଲା ନୋରଫୋକ’କୁ ଗତକାଲି ସନ୍ଧ୍ୟାରେ ସୋମାଲିଆ ଉପୂକଳ ନିକଟରେ ଅପହରଣ କରି ନିଆଯାଇଥିଲା। ୫ରୁ ୬ ଜଣ ଅଜ୍ଞାତ ବନ୍ଧୁକଧାରୀ ଜାହାଜକୁ ଅପହରଣ କରିନେଇଥିଲେ। ଭାରତୀୟ ନୌସେନାର ଅଧିକାରୀଙ୍କ ମୁତାବକ, ଜାହାଜ ‘ଏମଭି ଲୀଲା ନୋରଫୋକ’ ଅପହରଣ ବିଷୟରେ ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ସୂଚନା ମିଳିଥିଲା। ଏହି ଜାହାଜ ଉପରେ ଲାଇବେରିଆର ପତାକା ଲାଗିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.