ଗାଈ ଗୋଠରେ ହାତୀଛୁଆ, ହାତୀଙ୍କ ମେଳରେ ଛାଡିବାକୁ ବନ ବିଭାଗର ପ୍ରଚେଷ୍ଟା ଜାରି

ଗାଈ ଗୋଠରେ ହାତୀଛୁଆ | ଅନୁଗୁଳ ଜିଲ୍ଲା ଗଣ୍ଠିଗାଡ଼ିଆ ଜଙ୍ଗଲରୁ ଏକ ହାତୀଛୁଆ ଆଜି ଗୋଠରୁ ଅଲଗା ହୋଇ ଗଣ୍ଠିଗାଡ଼ିଆ ଗାଈଗୋଠ ପଛେ ପଛେ ହାତୀଟି ଗାଁ ମଧ୍ୟକୁ ଆସିଥିବା ଗାଁ ମଧ୍ୟକୁ ପଶି ଆସିଥିଲା।

ଅନୁଗୁଳ : ଗାଈ ଗୋଠରେ ହାତୀଛୁଆ | ଅନୁଗୁଳ ଜିଲ୍ଲା ଗଣ୍ଠିଗାଡ଼ିଆ ଜଙ୍ଗଲରୁ ଏକ ହାତୀଛୁଆ ଆଜି ଗୋଠରୁ ଅଲଗା ହୋଇ ଗଣ୍ଠିଗାଡ଼ିଆ ଗାଈଗୋଠ ପଛେ ପଛେ ହାତୀଟି ଗାଁ ମଧ୍ୟକୁ ଆସିଥିବା ଗାଁ ମଧ୍ୟକୁ ପଶି ଆସିଥିଲା। ଗାଈ ଗୋଠରେ ହାତୀକୁ ଗ୍ରାମବାସୀ ଦେଖି  ଆଶ୍ଚର୍ଯ୍ୟ ହାଇଯାଇଥିଲେ। ବନ କର୍ମଚାରୀମାନେ ହାତୀ ଛୁଆକୁ ଉଦ୍ଧାର କରିବା ସହ ହାତୀପଲରେ ମିଶାଇବାକୁ ଉଦ୍ୟମ ଚଳାଇଛନ୍ତି। ହାତୀଛୁଆର ବୟସ ପ୍ରାୟ 2 ମାସ ହେବ ବୋଲି ଜଣାଯାଇଛି।

“ଗଣ୍ଠିଗାଡ଼ିଆ ଜଙ୍ଗଲରେ ରହିଥ‌ିବା ହାତୀପଲ ମଧ୍ଯରେ ଏହି 2 ମାସର ହାତୀଛୁଆ ରହିଥିଲା। ଜଙ୍ଗଲରେ ହାତୀଛୁଆକୁ ଛାଡ଼ି ମା’ ଓ ହାତୀପଲ ପଳାଇଥିଲେ । ଜଙ୍ଗଲରୁ  ଗାଈଗୋରୁଙ୍କ ସହ  ହାତୀଛୁଆ ଗାଁ ମଧ୍ୟକୁ ପଶି ଆସିଥିଲା। ଗାଈଗୋରୁ ନିଜ ନିଜ ଗୁହାଳକୁ ପଳାଇ ଥିବାବେଳେ ହାତୀଛୁଆଟି ଗାଁ ଦାଣ୍ଡରେ ବୁଲିଥିଲା। ଲୋକେ ତାକୁ ବାଲଟିରେ ପାଣି ପିଇବାକୁ ଦେଇ ବନ କର୍ମଚାରୀଙ୍କୁ ସୂଚନା ଦେଇଥିଲେ।

ପରେ ବନ ବିଭାଗର କର୍ମଚାରୀ ହାତୀ ଛୁଆକୁ ହାତୀ ମେଳକୁ ଛାଡିବାକୁ ପ୍ରକ୍ରିୟା ଚଳାଇଛନ୍ତି | ହାତୀ ଛୁଆ ମଣିଷଙ୍କ ମେଳରେ ମିଶି ଯାଇଥିବାରୁ ହାତୀ ପଲ ଭିତରେ ଯାଇନପାରେ | ହାତୀ ଛୁଆକୁ ଜଙ୍ଗଲରେ ହାତୀଙ୍କ ମେଳରେ ଛାଡିବାକୁ ବନବିଭାଗର କର୍ମଚାରିମାନେ ପ୍ରଚେଷ୍ଟା  ଚଳାଇଛନ୍ତି | 20 ଜଣିଆ ଟିମ ହାତୀକୁ ହାତୀ ମେଳରେ ମିଶାଇବାକୁ ଚେଷ୍ଟା ଚଳାଇଛନ୍ତି | ହାତୀ ଛୁଆର ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ ପରେ  ପ୍ରାୟ 8 ଘଣ୍ଟାରୁ ଅଧିକ ସମୟ ହେବ ଜଙ୍ଗଲରେ ଛାଡିବାକୁ ଚେଷ୍ଟା ଚାଲିଛି | ହାତୀ ଛୁଆଟି ହାତୀ ମେଳରେ ନଗଲେ ତାକୁ ରେସକ୍ୟୁ ସେଣ୍ଟର ନନ୍ଦନକାନନ ନହେଲେ କପିଳାସରେ ଛଡାଯାଇପାରେ ବୋଲି ସୂଚନା ଦେଇଛନ୍ତି ଅନୁଗୋଳ  DFO ବିବେକ କୁମାର |

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.