ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା ହେବ କଡାକଡି

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ପୁରୀରେ ହେବ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା। ସହରକୁ ବ୍ଲାଙ୍କେଟ ସିକ୍ୟୁରିଟିରେ ରଖାଯିବ। ଭିଆଇପି ଓ ସାଧାରଣ ଭକ୍ତଙ୍କ ପାଇଁ ହେବ ସ୍ବତନ୍ତ୍ର ବ୍ୟବସ୍ଥା। ସିସିଟିଭି ବଳୟରେ ରହିବ ପୁରୀ ସହର।

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ପୁରୀରେ ହେବ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା। ସହରକୁ ବ୍ଲାଙ୍କେଟ ସିକ୍ୟୁରିଟିରେ ରଖାଯିବ। ଭିଆଇପି ଓ ସାଧାରଣ ଭକ୍ତଙ୍କ ପାଇଁ ହେବ ସ୍ବତନ୍ତ୍ର ବ୍ୟବସ୍ଥା। ସିସିଟିଭି ବଳୟରେ ରହିବ ପୁରୀ ସହର। ଟ୍ରାଫିକ ପରିଚାଳନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଆଇନଶୃଙ୍ଖଳା ଅତିରିକ୍ତ ଡିଜି। ଆସନ୍ତା ୧୨ ତାରିଖରୁ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ ଶ୍ରୀସେତୁ ସ୍ବାଗତ ତୋରଣ।

ସମଙ୍ଗ ମୌଜାରେ ପାର୍କିଂ ପରେ ସେଠାରୁ ଶ୍ରଦ୍ଧାଳୁ ଜଗନ୍ନାଥ ବଲ୍ଲଭ ପାର୍କିଂ ଓ ଶ୍ରୀଦାଣ୍ଡ ଦେଇ ପରିକ୍ରମା ମାର୍ଗରେ ପହଞ୍ଚିବେ। ଜଗନ୍ନାଥ ବଲ୍ଲଭରେ ଗୁଆ ଚାଉଳ ଓ ନଡିଆ ସଂଗ୍ରହ କରାଯିବ। ସମଙ୍ଗ ପାର୍କିଂକୁ ଦୁଇଟି ରାସ୍ତା କରାଯିବ। ଆଠ ଶହ ମିଟର ବଡ଼ଦାଣ୍ଡ ରାସ୍ତା ୧୬ ତାରିଖ ପୂର୍ବରୁ ଶେଷ ହେବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ବଡ଼ ଦାଣ୍ଡ, ଶ୍ରୀ ସେତୁ ନିକଟରେ ବିଶ୍ଵସ୍ତରୀୟ ଭେଣ୍ଡିଙ୍ଗ ଜୋନର ସମୀକ୍ଷା କରିଛନ୍ତି।

ସମଙ୍ଗରେ ହୋଇଥିବା ପାର୍କିଂ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସୁଥିବା ସମସ୍ତ ଗାଡ଼ି ସେଠାରେ ପାର୍କିଂ ହେବ । ସେଠାରେ ହୋଇଥିବା ଯାତ୍ରୀ ବିଶ୍ରାମାଗାର ଓ ଶୌଚାଳୟର ସମୀକ୍ଷା କରିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି l ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.