ତିଆରି ହେବ ମହାପ୍ରଭୁଙ୍କ ଅଳଙ୍କାରର ଆଉ ଏକ ସେଟ୍‌, ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧକ୍ଷତା ବୈଠକରେ ନିଷ୍ପତ୍ତି

ପୁରୀ: ମହାପ୍ରଭୁ ସୁବର୍ଣ୍ଣ ବେଶରେ ବିଭୂଷିତ ହେଉଥିବା ସମସ୍ତ ଅଳଙ୍କାରର ଆଉ ଏକ ସେଟ ତିଆରି କରାଯିବ । ପ୍ରାଥମିକ ଭାବେ ମହାପ୍ରଭୁଙ୍କ ଶ୍ରୀମୁଖ ପଦ୍ମ, ତଡକି,ଝୋବା କଣ୍ଠି ଏବଂ ବିଭିନ୍ନ ପ୍ରକାରର ମାଳା ତିଆରି ହେବ । ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ଏହ ନିଷ୍ପତ୍ତି ହୋଇଛି ।

ଯେଉଁ ସବୁ ସୁନା ଅଳଙ୍କାରର ଡିଜାଇନ ମୁମ୍ବାଇ ପଠାଯାଇଥିଲା ସେ ସବୁ ଡିଜାଇନକୁ ସ୍ୱୀକୃତି ମିଳିଛି । ମୁମ୍ବାଇର ବଦାନ୍ୟ ବ୍ୟକ୍ତି ମହାପ୍ରଭୁଙ୍କ ସ୍ୱର୍ଣ୍ଣ ଅଳଙ୍କାର ତିଆରି କରିବା ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ସୁନା ଦାନ କରିବେ। ପ୍ରାଥମିକ ଭାବେ ସମ୍ପୃକ୍ତ ବଦାନ୍ୟ ବ୍ୟକ୍ତି ୫ କେଜି ସୁନା ଦେଉଥିବା ଜଣାପଡିଛି। ମହାପ୍ରଭୁଙ୍କ ଶ୍ରୀମୁଖ ପଦ୍ମ,ତଡକି,ଝୋବା କଣ୍ଠି ଏବଂ ବିଭିନ୍ନ ପ୍ରକାରର ମାଳା ପୂର୍ବରୁ ଯେମିତି ଅଛି ଅବିକଳ ସେହି ଡ଼ିଜାଇନର କରାଯିବ । ଗତକାଲିର ବୈଠକରେ ପରିଚାଳନା କମିଟି ସଦସ୍ୟ ,ଦେଉଳ କରଣ, ତଢଉ କରଣ ଏବଂ ଭଣ୍ଡାର ମେକାପ ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.