ଆଉ ଜଣେ ଶ୍ରବଣ କୁମାର : ମା’ର ଶେଷ ଇଛା ପୂରଣ କଲା ପୁଅ, ବୋଝରେ ବୋହି ଆଣି କରାଇଲା ଜଗା ଦର୍ଶନ

ମା'ର ଶେଷ ଇଛା ପୂରଣ କଲା ପୁଅ। ବୋଝରେ ବୋହି ଆଣି କରାଇଲା ଜଗା ଦର୍ଶନ। ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ଦେଖିବାକୁ ମିଳିଛି ଏଭଳି କିଛି ଭାବ ବିହ୍ୱଳ ଦୃଶ୍ୟ। କଟକ ପାଟସୁନ୍ଦରପୁର ଅଞ୍ଚଳର ବୃଦ୍ଧା ଶାରଦା ବେହେରାଙ୍କୁ ତାଙ୍କ ପୁଅ ବୋଝରେ ବୋହି ଆଣି ମହାପ୍ରଭୁଙ୍କ ଦର୍ଶନ କରାଇଛନ୍ତି। ମାର ଶେଷ ଇଛା ପୂରଣ କରି ସେ ନିଜକୁ ବେଶ୍ ଭାଗ୍ୟବାନ ମନେ କରିଛନ୍ତି।

ପୁରୀ(କେନ୍ୟୁଜ୍‌) : ମା’ର ଶେଷ ଇଛା ପୂରଣ କଲା ପୁଅ। ବୋଝରେ ବୋହି ଆଣି କରାଇଲା ଜଗା ଦର୍ଶନ। ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ଦେଖିବାକୁ ମିଳିଛି ଏଭଳି କିଛି ଭାବ ବିହ୍ୱଳ ଦୃଶ୍ୟ। କଟକ ପାଟସୁନ୍ଦରପୁର ଅଞ୍ଚଳର ବୃଦ୍ଧା ଶାରଦା ବେହେରାଙ୍କୁ ତାଙ୍କ ପୁଅ ବୋଝରେ ବୋହି ଆଣି ମହାପ୍ରଭୁଙ୍କ ଦର୍ଶନ କରାଇଛନ୍ତି। ମାର ଶେଷ ଇଛା ପୂରଣ କରି ସେ ନିଜକୁ ବେଶ୍ ଭାଗ୍ୟବାନ ମନେ କରିଛନ୍ତି।ବୟସର ଅପରାହ୍ନରେ ପହଞ୍ଚିଥିବା ଶାରଦା ମହାପ୍ରଭୁଙ୍କ ଟିକେ ଦର୍ଶନ ପାଇଁ ନିଜ ପୁଅକୁ କହିଥିଲେ।

ତେବେ କାଳିଆର ଡୋରି ତାଙ୍କୁ ପୁରୀ ଟାଣି ଆଣିଥିଲା। ସବୁ କଷ୍ଟ ଭୁଲି ମା ଙ୍କୁ ବୋଝରେ ବୋହି ସିଂହଦ୍ଵାର ପାଖକୁ ଆଣିଥିଲେ ପୁଅ। ସେଠାରେ ଥିବା ଶ୍ରୀମନ୍ଦିର ସୁବେଦାର ମଧ୍ୟ ତାଙ୍କୁ ସାହାଯ୍ୟ କରିଥିଲେ। ଶ୍ରୀମନ୍ଦିର ସୁବେଦାର ଯୋଗେଶ ସ୍ବାଇଁ ନିଜେ କାନ୍ଧ ଲଗାଇ ବୋଝ ସାହାଯ୍ୟରେ ବୃଦ୍ଧା ମା ଙ୍କୁ ସିଂହଦ୍ଵାର ପାଖକୁ ନେଇ ଯାଇଥିଲେ।

ସେଠାରେ ଉପସ୍ଥିତ ଥିବା ଶ୍ରୀମନ୍ଦିର କର୍ମଚାରୀ ମାନେ ବୃଦ୍ଧା ମା ଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରକୁ ନେଇଥିଲେ। ଜଗା ଦର୍ଶନ କରି ଜୀବନର ସବୁ ଅଭିଳାଷ ପୂର୍ଣ୍ଣ ହୋଇଗଲା ବୋଲି ଶାରଦା କହିଥିଲେ। ତେବେ ଶାରଦାଙ୍କୁ ତାଙ୍କ ପୁଅ ଏଭଳି ବୋଝରେ ବୋହି ଆଣୁଥିବା ବେଳେ ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତମାନେ ଶ୍ରବଣ କୁମାରଙ୍କ କଥା ମନେ ପକାଇଥିଲେ।