ଆସନ୍ତାକାଲିରୁ ପୁଣି ଏକ ପଶ୍ଚିମା ଝଡ଼ : ଏପ୍ରିଲ ୧ ଯାଏଁ ବର୍ଷା ସମ୍ଭାବନା

୩୧ ତାରିଖରୁ ରାଜ୍ୟରେ ପ୍ରଭାବ ଦେଖାଇବ ପଶ୍ଚିମା ଝଡ଼ । ବଢ଼ିବ ବର୍ଷା । ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ପଶ୍ଚିମା ଝଡ଼ ପ୍ରକୋପ ଜାରି ରହିଛି । ନିୟମିତ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ପଶ୍ଚିମା ଝଡ଼ ପ୍ରଭାବ ଦେଖାଉଛି । ପ୍ରତିଦିନ କିଛି କିଛି ସ୍ଥାନରେ ହେଉଛି ଝଡ଼ ବର୍ଷା । ଅଚାନକ କଳାହାଣ୍ଡିଆ ମେଘ ଘୋଟି ଆସିବା ପରେ ବର୍ଷା ପବନ ହେଉଛି । ଆସନ୍ତାକାଲି ପୁଣି ଏକ ପଶ୍ଚିମା ଝଡ଼ ସମ୍ଭାବନା ରହିଛି । ଏହି ଝଡ଼ ଦେଶର ଉତ୍ତର-ପଶ୍ଚିମ ଭାଗକୁ ପ୍ରଭାବିତ କରିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରଭାବରେ ୩୧ ତାରିଖରୁ ରାଜ୍ୟରେ ପ୍ରଭାବ ଦେଖାଇବ ପଶ୍ଚିମା ଝଡ଼ । ବଢ଼ିବ ବର୍ଷା । ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । କଟକ, ଯାଜପୁର, ଢେଙ୍କାନାଳ,ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏସବୁ ଜିଲ୍ଲାର କିଛି ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ଯାଏ ବର୍ଷା ହୋଇପାରେ ।

ସେହିପରି ଉତ୍ତରଉପକୂଳ ଓଡ଼ିଶାର ୬ଜିଲ୍ଲା ସେମତ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା ଏବଂ ବୌଦ୍ଧ ଜିଲ୍ଲାରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ଝଡ଼ ପବନ ବହିବା ସମ୍ଭାବନା ରହିଛି । ରାଜ୍ୟର ସମସ୍ତ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ ୟେଲୋ ଚେତାବନୀ ଜାରି ହୋଇଛି । ପଶ୍ଚିମା ଝଡ଼ ପ୍ରଭାବରେ ଆଜି ରାଜ୍ୟର ୧୦ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ଏଥିପାଇଁ ଅନୁଗୋଳ, ଢେଙ୍କାନାଳ, ଯାଜପୁର, କଟକ, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଜିଲ୍ଲାକୁ ୟେଲୋ ସତର୍କତା ଜାରି ହୋଇଛି । ୩୦ ତାରିଖ ପାଇଁ ୧୩ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ ୧୩ ଜିଲ୍ଲାକୁ ପାଣିପାଗ ବିଭାଗ ଦେଇଛି ପାଣିପାଗ ବିଭାଗ । ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.