ମାଲକାନଗିରି ଜିଲ୍ଲାରେ ମାଓ ବିରୋଧୀ ପୋଷ୍ଟର, ଆଦିବାସୀଙ୍କୁ ଶୋଷଣ ଓ ହତ୍ୟା କରାଯାଉଥିବା ଅଭିଯୋଗ

ମାଲକାନଗିରି (କେନ୍ଯୁଜ୍): ମାଲକାନଗିରି ଜିଲ୍ଲାରେ ମାଓ ବିରୋଧୀ ପୋଷ୍ଟର। ମାଓ ସଙ୍ଗଠନ ଆଦିବାସୀଙ୍କୁ ଶୋଷଣ ଓ ହତ୍ୟା କରୁଥିବା ଅଭିଯୋଗ ଆଣିଛି ଆଦିବାସୀ ଅଧିକାର ମଞ୍ଚ । ଜିଲ୍ଲାର ସ୍ୱାଭିମାନ ଅଂଚଳ ସହ ଛତିଶଗଡ ସୀମାକୁ ଲାଗି ରହିଥିବା ମହୁପଦର,କମାରପାଲୀ,ବୁରୁଦି,ସପ୍ତଧାରା ଆଦି ସ୍ଥାନରେ ପୋଷ୍ଟର ଲାଗିଛି। ଏହି ପୋଷ୍ଟରରେ ମାଓ ସଂଗଠନ ଆଦିବାସୀମାନଙ୍କୁ ଶୋଷଣ ଏବଂ ହତ୍ୟା କରୁଥିବା ନେଇ ଉଲ୍ଲେଖ ରହିଛି।

ସ୍ୱାଭିମାନ ଅଂଚଳରେ ଯେଉଁ ସବୁ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି, ନକ୍ସଲ ତାକୁ ବିରୋଧ କରୁଛି। ମାଓବାଦୀମାନେ ଓଡ଼ିଆ ଆଦିବାସୀଙ୍କୁ ନିର୍ଯାତନା ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି। ଏନେଇ ମାଓବାଦୀରେ ସାମିଲ ଥିବା ଓଡ଼ିଆମାନେ ତୁରନ୍ତ ସଙ୍ଗଠନ ଛାଡି ମୁଖ୍ୟ ସ୍ରୋତରେ ସାମିଲ ଦେବାକୁ ପୋଷ୍ଟରରେ ଆହ୍ଵାନ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.