ରାଜ୍ୟରେ ପ୍ରଥମ ମହିଳା ଅଧିକାରୀ ଭାବେ ଉନ୍ନୟନ କମିଶନର ହେବେ ଅନୁ ଗର୍ଗ

୧୯୯୧ ବ୍ୟାଚ୍‌ର ଆଇଏଏସ ଅଧିକାରୀ ଅନୁ ଗର୍ଗଙ୍କୁ ଉନ୍ନୟନ କମିସନର, ଯୋଜନା ଓ ସଂଯୋଜନା ସଚିବ ଦାୟିତ୍ୱ ପ୍ରଦାନ କରାଯାଇଛି। ବର୍ତ୍ତମାନ ଜଳସଂପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦାୟିତ୍ୱ ତୁଲାଉଛନ୍ତି ଅନୁଗର୍ଗ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ପ୍ରଥମ ଥର ଲାଗି ଜଣେ ମହିଳା ଅଧିକାରୀ ଉନ୍ନୟନ କମିଶନର ହେବାକୁ ଯାଉଛନ୍ତି। ବ୍ୟୁରୋକ୍ରାସୀର ନମ୍ବର ଦୁଇ ସ୍ଥାନରେ ଥିବା ଏହି ପଦବୀ ଦାୟିତ୍ୱରେ ରହିବେ ଅନୁ ଗର୍ଗ। ୧୯୯୧ ବ୍ୟାଚ୍‌ର ଆଇଏଏସ ଅଧିକାରୀ ଅନୁ ଗର୍ଗଙ୍କୁ ଉନ୍ନୟନ କମିସନର, ଯୋଜନା ଓ ସଂଯୋଜନା ସଚିବ ଦାୟିତ୍ୱ ପ୍ରଦାନ କରାଯାଇଛି। ବର୍ତ୍ତମାନ ଜଳସଂପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦାୟିତ୍ୱ ତୁଲାଉଛନ୍ତି ଅନୁଗର୍ଗ। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.