ପାରିବାରିକ ବିବାଦ ପ୍ରସଙ୍ଗରେ ମଧ୍ୟସ୍ଥତା କେନ୍ଦ୍ରକୁ ଆସିଲେନି ସାଂସଦ ଅନୁଭବ ମହାନ୍ତି, ମାଗିଲେ ସମୟ

କେନ୍ୟୁଜ୍(ବ୍ୟୁରୋ):  ବର୍ଷା-ଅନୁଭବ ପାରିବାରିକ ବିବାଦ ପ୍ରସଙ୍ଗ । କଟକ ମଧ୍ୟସ୍ଥତା କେନ୍ଦ୍ରକୁ ଆସିଲେନି ସାଂସଦ ଅନୁଭବ ମହାନ୍ତି। ସମୟ ମାଗିଲେ ଅନୁଭବ ମହାନ୍ତି । ଫେବୃଆରୀ ୨୩ରେ ପରବର୍ତ୍ତୀ ତାରିଖ ଧାର୍ଯ୍ୟ ହୋଇଛି । କଟକ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ବର୍ଷା ପ୍ରିୟଦର୍ଶନୀ ସ୍ୱାମୀଙ୍କ ବିରୋଧରେ ଆଣିଥିଲେ ଘରୋଇ ହିଂସା ଅଭିଯୋଗ ।

ସେହିପରି ଦିଲ୍ଲୀ ପଟିଆଲା ହାଉସକୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ ଅନୁଭବ । ଏହି ଷ୍ଟାର ଦମ୍ପତ୍ତି ପରସ୍ପର ବିରୋଧରେ ୫ଟି ମାମଲା ଦାୟର କରିଛନ୍ତି । ଏହାସହ ବର୍ଷା ରାଜ୍ୟ ମହିଳା କମିଶନଙ୍କ ଦ୍ୱାରସ୍ଥ ବି ହୋଇଥିଲେ । ନିକଟକେ ଅନୁଭବ-ବର୍ଷା ମହିଳା କମିଶନରେ ବି ହାଜର ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.