ରାୟଗଡ଼ ଡବଲ ମର୍ଡର ମାମଲା : ଚକ୍ରଧର ନଗର ଥାନାରେ ହାଜର ହେଲେ କଳ୍ପନାଙ୍କ ବାପା ମାଆ, ଏ ଯାଏ ମିଳିନି ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋ

ଝାରସୁଗୁଡ଼ା: ରାୟଗଡ଼ ଡବଲ ମର୍ଡର ମାମଲାରେ ଚକ୍ରଧରନଗର ଥାନାରେ ହାଜର ହେଲେ କଳ୍ପନାଙ୍କ ବାପା ମାଆ । ବାପା ରୁଦ୍ରାକ୍ଷ ଦାସଙ୍କୁ ଝିଅ କଳ୍ପନା ଓ ନାତୁଣୀ ବବଲି ବିଷୟରେ ପୋଲିସ ପଚରାଉଚରା କରିଛି । କଳ୍ପନା ଓ ବବଲିର ହତ୍ୟା ଅନୁପ ସାଏ କରିଛନ୍ତି କି ନାହିଁ ସେ ଜାଣିନଥିବା କହିଛନ୍ତି । ୨୦୧୫ରୁ କଳ୍ପନା ତାଙ୍କ ନାତୁଣୀକୁ ନେଇ ଅନ୍ୟତ୍ର ରହୁଥିଲା । ଏପରିକି ଭଲ ମନ୍ଦ ବୁଝିବା ପାଇଁ ଠିକଣା ମାଗିବାରୁ ସେ ଦେଇନଥିବା ପୋଲିସକୁ କହିଛନ୍ତି । ସେ କାହା ସହିତ ରହୁଥିଲେ ମଧ୍ୟ ଜାଣିନଥିବା କହିଛନ୍ତି ।

ଅନ୍ୟପଟେ ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋ ଏପର୍ଯ୍ୟନ୍ତ ପୋଲିସ ହାତରେ ଲାଗିନାହିଁ । ସେହିପରି ପୋଲିସକୁ ଏଯାଏ ହତ୍ୟାକାଣ୍ଡରେ ବ୍ୟବହୃତ ଲୁହା ରଡ୍‌ ଓ ହତ୍ୟାକାଣ୍ଡରେ ସାମିଲ ଥିବା ଅନ୍ୟ ଅଭିଯୁକ୍ତଙ୍କ ନାଁ ମିଳିପାରିନାହିଁ । ଅନ୍ୟପଟେ ହମିରପୁର ଜଙ୍ଗଲ ନିକଟରେ ଥିବା ସମ୍ବଲପୁରୀ ଗାଁକୁ ଚକ୍ରଧରପୁର ପୋଲିସ ଯାଇ ଲୋକଙ୍କୁ ହତ୍ୟାକାଣ୍ଡ ସଂପର୍କରେ ସାକ୍ଷ୍ୟ ଦେବାକୁ ମନାଉଛି । ଏହି ହତ୍ୟାକାଣ୍ଡରେ କେହି ପ୍ରତ୍ୟକ୍ଷଦର୍ଶୀ ନଥିବାରୁ ସାକ୍ଷୀ ଭାବେ ବ୍ୟବହାର କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.